୬୫ଟି ପୌରାଂଚଳ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିଯୁକ୍ତି ହେଲେ ପ୍ରଶାସକ
ଭୁବନେଶ୍ୱର, ୨୯/୯ (ସକାଳଖବର):ରାଜ୍ୟର ୨୦ଟି ଜିଲ୍ଲାରେ ଥିବା ୬୬ଟି ପୌର ସଂସ୍ଥାର ଅବଧି ଆଜି ଶେଷ ହେଉଥିବାରୁ ସେ ସବୁ ସଂସ୍ଥା ମାନଙ୍କରେ ପ୍ରଶାସକଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ୬୬ଟି ମଧ୍ୟରୁ ୬୫ଟି ପୌର ସଂସ୍ଥା ରହିଥିଲା ବେଳେ ଗୋଟିଏ ପୌର ନିଗମ ରହିଛି । ଏ ସମ୍ପର୍କରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ପୃକ୍ତ ସଂସ୍ଥାର ଥିବା ଚେୟାରମ୍ୟାନ ଏବଂ ମେୟରଙ୍କ ପରିବର୍ତେ ଏମାନେ କାର୍ଯ୍ୟ ତୁଲାଇବେ । ଗଞ୍ଜାମ ଜିଲ୍ଲାର ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳଙ୍କୁ ବ୍ରହ୍ମପୁର ମୁ୍ୟନିସପାଲ କର୍ପୋରେସନର ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି ।
ସେହିପରି ୧୭ଟି ପୌର ସଂସ୍ଥାର ପ୍ରଶାସକ ଭାବେ ଜିଲ୍ଲାପାଳ ମାନଙ୍କୁ ନିଯୁକ୍ତି ଦିଆଯାଇଛି । ସେଥିମଧ୍ୟରେ ଗୋଟିଏ ପୌର ନିଗମ, ୧୪ଟି ମୁ୍ୟନିସପାଲଟି ଏବଂ ଦୁଇଟି ଏନ.ଏ.ସି ଅନ୍ତଭୁର୍କ୍ତ ରହିଛି ।
ସେହିପରି ସୋର ମୁ୍ୟନିସପାଲଟି, ବାସୁଦେବପୁର ମୁ୍ୟନିସପାଲଟି, ହିଂଜିଳିକାଟୁ ମୁ୍ୟନିସପାଲଟି,ପଟ୍ଟାମୁଣ୍ଡାଇ ମୁ୍ୟନିପାଲଟି, କବିସୂର୍ଯ୍ୟନଗର, ଖଲ୍ଲିକୋଟ , ପୋଲସରା , ବାଲୁଗାଁ, ଜୟପୁର, ଖଣ୍ଡପଡ଼ା , ନିମାପଡ଼ା , କୋଣାର୍କ ଏନ.ଏ.ସିର ପ୍ରଶାସକ ଭାବେ ଅତିରିକ୍ତ ଜିଲ୍ଲାପାଳ ମାନଙ୍କୁ ନିଯୁକ୍ତି ଦିଆଯାଇଛି ।
ଏହା ବ୍ୟତୀତ ତାଳଚେର , ଜଳେଶ୍ୱର,ଚୌଦ୍ୱାର , ବଡ଼ବିଲ,ରାଇରଙ୍ଗପୁର,ଉମରକୋଟ ,ଗୁଣୁପୁର ଜଟଣୀ ,ଯୋଡ଼ା ମୁ୍ୟନିସପାଲଟି ଓ ନୀଳଗିରି , ବାଙ୍କି , ଭୁବନ , କାଶୀନଗର, ଭଞ୍ଜନଗର , ଆଠଗଡ଼,ବୁଗୁଡ଼ା , ଚିକିଟି , ଗଞ୍ଜାମ , ଗୋପାଳପୁର , ପୁରୁଷୋତମପୁର , ବ୍ୟାସନଗର , ବାଣପୁର , କୋଟପାଡ଼ , କରଞ୍ଜିଆ , ଉଦଳା , ପିପିଲି , ଓ ଗୁଡ଼ାରୀ ଏନ.ଏ.ସିରେ ଉପଜିଲ୍ଲାମାନଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି ।
କାମାକ୍ଷାନଗର , ଆସ୍କା , ଛତ୍ରପୁର ଏନ.ଏ.ସି, ଆନନ୍ଦପୁର ମୁ୍ୟନିସପାଲଟିରେ ଡି.ଆର.ଡି.ଏ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି ।
ଗଞ୍ଜାମର ରମ୍ଭା ଏବଂ ବେଲଗୁଣ୍ଠା ଏନ.ଏ.ସି ଡି.ଆର.ଡି.ଏ ସଂସ୍ଥାର ଏ.ପି.ଡ଼ି ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଧଶକକୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ଆସ୍କା ସମବାୟ ଚିନିକଳର ପରିଚାଳନା ନିଦେ୍ର୍ଧଶକ ସୋରଡ଼ା ଏନ.ଏ.ସିର ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି ।ଦକ୍ଷିଣାଂଚଳ ଆର.ଡି.ସିର ଅତିରିକ୍ତ ସଚିବଙ୍କୁ କୋଦଳା ଏନ.ଏ.ସିର ପ୍ରଶାସକ ଭାବ ନିଯୁକ୍ତି ଦିଆଯାଇଛି । ନିଯୁକ୍ତି ପାଇଥିବା ପ୍ରଶାସକ ମାନେ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ତୁଲାଇବେ । ସୂଚନାଯୋଗ୍ୟ ଯେ ଶନିବାର୬୫ଟି ପୌର ପରିଷଦ ଓ ବିଏମସି କାର୍ଯ୍ୟକାଳ ଶେଷ ହେବାପରେ ରାଜ୍ୟରେ ପୌର ନିର୍ବାଚନ ହେବାର ସମ୍ଭାବନା ନଥିବାରୁ ପୌର ପ୍ରଶାସକ ନିଯୁକ୍ତି ପାଇଁ ରାଜ୍ୟ ନିର୍ବାଚନ କମିଶନର ସଚିବ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଥିଲେ ।