ଇସ୍ରାଏଲ: ପ୍ରଧାନମନ୍ତ୍ରୀ ନେତାନ୍ୟହୁଙ୍କ ବିରୋଧରେ ସଡ଼କକୁ ଓହ୍ଲାଇଲେ ଲକ୍ଷଲକ୍ଷ ଲୋକ

Jan 22, 2023 - 15:08
 41
ଇସ୍ରାଏଲ: ପ୍ରଧାନମନ୍ତ୍ରୀ ନେତାନ୍ୟହୁଙ୍କ ବିରୋଧରେ ସଡ଼କକୁ ଓହ୍ଲାଇଲେ ଲକ୍ଷଲକ୍ଷ ଲୋକ
ନୂଆଦିଲ୍ଲୀ ୨୨।୧: ଇସ୍ରାଏଲରେ ଲକ୍ଷାଧିକ ଲୋକେ ଏବେ ସଡକ ଉପରେ। ବିକ୍ଷୋଭକାରୀ ନେତାନ୍ୟହୁ ସରକାରଙ୍କ ବିଚାବିଭାଗୀୟ ବ୍ୟବସ୍ଥାରେ ପରିବର୍ତ୍ତନ ଯୋଜନା ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଲୋକେ ଅଭିଯୋଗ କରୁଛନ୍ତି ଯେ ସରକାରଙ୍କ ଏହି ଯୋଜନା ଗଣତନ୍ତ୍ରର ମୌଳିକ ସିଦ୍ଧାନ୍ତକୁ ବିପଦରେ ପକାଇ ପାରେ। ସରକାରଙ୍କ ଏପରି ନିଷ୍ପତ୍ତି ଯୋଗୁ କୋର୍ଟଙ୍କ ଶକ୍ତି ହ୍ରାସ ପାଇବ ବୋଲି ଲୋକେ କହୁଛନ୍ତି। ଇସ୍ରାଏଲ ଗଣମାଧ୍ୟମ ଅନୁସାରେ ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଶନିବାର ଲକ୍ଷ ଲକ୍ଷ ଲୋକେ ତେଲଆଭିଭ ସଡକକୁ ଓହ୍ଲାଇ ଆସିଥିଲେ। ଏହି ବିକ୍ଷୋଭକୁ ଇସ୍ରାଏଲ ଇତିହାସରେ ସବୁଠୁ ବଡ଼ ବିକ୍ଷୋଭ ବୋଲି କୁହାଯାଉଛି। ତେଲଆଭିଭ ଛଡା ଲୋକେ ଜେରୁଜେଲମ, ହାଇଫା, ବେର୍ଶବା, ହର୍ଜଲିଆ ଆଦି ସହରମାନଙ୍କରେ ମଧ୍ୟ ହଜାର ହଜାର ଲୋକ ସଡକକୁ ଓହ୍ଲାଇ ରାସ୍ତାରେ ରାଲି ବାହାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ତେଲଆଭିଭରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ସେତବେଳେ ୮୦ ହଜାରରୁ ଅଧିକ ଲୋକେ ବିକ୍ଷୋଭରେ ଯୋଗ ଦେଇଥିଲେ। ବିକ୍ଷୋଭ ଯୋଗୁ ତେଲଆଭିଭର ଅନେକ ସଡକକୁ ବିକ୍ଷୋଭକାରୀ ବନ୍ଦ କରିଦେଇଥିଲେ। ଏଣୁ ପ୍ରଦର୍ଶନକାରୀଙ୍କୁ ହଟାଇବା ପାଇଁ ବହୁ ସଂଖ୍ୟାରେ ପୋଲିସ ମୁତୟନ କରିବାକୁ ପଡିଥିଲା। ବିକ୍ଷୋଭକାରୀଙ୍କ କହିବା କଥା ହେଉଛି ଦେଶର ଆଇନ ମନ୍ତ୍ରୀ ୟାରିଭ ଲେଭିନ ଯେଉଁ ପ୍ରସ୍ତାବ ଆଣିଛନ୍ତି ସେଥିରେ ହାଇକୋର୍ଟମାନଙ୍କ ନ୍ୟାୟିକ ସମୀକ୍ଷା ଶକ୍ତି ହ୍ରାସ ପାଇବ ଓ ଜଜମାନଙ୍କ ନିଯୁକ୍ତିରେ ରାଜନୈତିକ ନିୟନ୍ତ୍ରଣ ରହିବ, ଯାହା ଦ୍ୱାରା ଦେଶର ନ୍ୟାୟପାଳିକା ଦୁର୍ବଳ ହୋଇପଡିବ। ତେବେ ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ନେତାମୋସେ ୟାଲୋନ ଗଣତନ୍ତ୍ର ସର୍ବଦା ଏକଛତ୍ରବାଦକୁ ହରାଇ ଆସିଛି ବୋଲି କହିଛନ୍ତି। ସେ ଇସ୍ରାଏଲକୁ ଇଜିପ୍ଟ ଓ ସିରିଆରେ ପରିବର୍ତ୍ତିତ ହେବାକୁ ଦେବୁନି ବୋଲି ସେ କହିଛନ୍ତି।