୬୦ ଡଲାରରୁ କମ୍ ଦାମ୍‌ରେ ରୁଷ୍‌ରୁ ମିଳିବ ତେଲ

Dec 15, 2022 - 05:42
 41
୬୦ ଡଲାରରୁ କମ୍ ଦାମ୍‌ରେ ରୁଷ୍‌ରୁ ମିଳିବ ତେଲ
ନୂଆଦିଲ୍ଲୀ : ଆନ୍ତର୍ଜାତିକ ବଜାରରେ ଅଶୋଧିତ ‌ତୈଳ ଦର ୮୦ ଡଲାର ତଳକୁ ହ୍ରାସ ପାଇଛି। କିନ୍ତୁ ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ରୁଷ୍‌ ଏହାର ତେଲକୁ ୬୦ ଡଲାରରୁ କମ୍ ଦାମ୍‌ରେ ଭାରତକୁ ବିକ୍ରି କରିବା ଲାଗି ଚାହୁଛି। ଏହା ହେଲେ ଭାରତ ଉପକୃତ ହେବ। ରୁଷ୍‌ରୁ ଭାରତ ଯେଉଁ ତେଲ ମଗାଇବାର ବରାଦ ଦେଇଛି ତାହା ବ୍ୟାରେଲ ପିଛା ୪୯ ଡଲାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି।ରୁଷ୍‌ ତେଲ କାରବାର ଉପରେ ଜି୨୦ ରାଷ୍ଟ୍ର କଟକଣା ଲଗାଇବା ପରେ ରୁଷ୍‌ର ଚିନ୍ତା ବଢ଼ିଯାଇଛି। ଯେହେତୁ ଭାରତ ତେଲ କିଣିବାର ଏକ ବଡ଼ ରାଷ୍ଟ୍ର ଏବଂ ଭଲ ସମ୍ପର୍କ ମଧ୍ୟ ରହିଛି, ତେଣୁ ଯଥା ସମ୍ଭବ ରିହାତି ଦାମ୍‌ରେ ଭାରତକୁ ତେଲ ବିକିବା ଲାଗି ରୁଷ୍‌ ଉଦ୍ୟମ କରୁଛି। ଦରକାର ପଡ଼ିଲେ ସମୁଦ୍ର ପଥରେ ତେଲ ପଠାଇବା ଲାଗି ଭାରତ ଦରକାର କରୁଥିବା ସବୁ ପ୍ରକାର ସାହାଯ୍ୟ କରିବାକୁ ରୁଷ୍ ସହମତ ରହିଛି।