ଏହିସବୁ ସ୍ଥାନରେ ବଢୁଛି ନଦୀର ଜଳସ୍ତର

Sep 14, 2021 - 05:34
 69
ଏହିସବୁ ସ୍ଥାନରେ ବଢୁଛି ନଦୀର ଜଳସ୍ତର
ଭୁବନେଶ୍ୱର : ଲଗାଣ ବର୍ଷା ଯୋଗୁଁ ଗତ ତିନିଦିନ ଧରି ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମହାନଦୀ, ଦେବୀ, ଇବ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯଦି ଆଉ କେଇ ଘଂଟା ବର୍ଷା ଲାଗିରହିବ ତେବେ ବନ୍ୟାର ବି ଆଶଙ୍କା ରହିଛି । ମିଳିଥିବା ତଥ୍ୟ ଅନୁଯାୟୀ, ନରାଜ ଠାରେ ମହାନଦୀର ଜଳସ୍ତର ୨୩.୭୮ ଥିବାବେଳେ ଆଳି ଠାରେ ଦେବୀ ନଦୀର ଜଳସ୍ତର ୩.୮ ରହିଛି । ତେବେ କୁଶଭଦ୍ରା ଠାରେ ନଦୀର ଜଳସ୍ତର ଖସିବାରେ ଲାଗିଛି । ନିମାପଡ଼ା ଠାରେ ଏବେ ଜଳସ୍ତର ୫.୩୮ ରହିଛି । ସୁନ୍ଦରଗଡ଼ ଠାରେ ଇବ ନଦୀର ଜଳସ୍ତର ୨୧୭.୪୨ ରହିଥିବାବେଳେ ପାନପୋଷ ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୭୩.୧୮ ରହିଛି । ଅପରପକ୍ଷରେ ଜେନାପୁର ଠାରେ ନଦୀର ଜଳସ୍ତର ୨୧.୪ ରହିଥିବାବେଳେ ଆନନ୍ଦପୁର ଠାରେ ବୈତରଣୀର ଜଳସ୍ତର ୩୬.୭୮ ଓ ଆଖୁଆପଦା ଠାରେ ୧୭.୮୪ ଥିବା ଜଣାପଡ଼ିଛି । ଜାମସୋଲାଘାଟ ଠାରେ ସୁବର୍ଣ୍ଣରେଖାର ଜଳସ୍ତର ୪୬.୮୯ ରହିଥିବାବେଳେ ରାଜଘାଟ ଠାରେ ୭.୩୭ ରହିଛି । ଗୁଣୁପୁର ଠାରେ ବଂଶଧାରାର ଜଳସ୍ତର ୮୨.୧୫ ଓ କାଶୀନଗର ଠରାରେ ୫୩.୯୨ ଅଛି । ପୁରୁଷୋତମପୁର ଠାରେ ଋଷିକୂଲ୍ୟା ନଦୀର ଜଳସ୍ତର ୧୫.୧୪ ଥିବାବେଳେ ମଥାନୀ ଠାରେ ଜଳକା ନଦୀର ଜଳସ୍ତର ୬.୨୨ ରହିଛି । ସକାଳ ୯ଟା ସୁଦ୍ଧା ଏହା ହେଉଛି ପ୍ରମୁଖ ନଦୀର ଜଳସ୍ତର । କେତେକ ସ୍ଥାନରେ ବିପଦ ସଂକେତ ଛୁଇଁଥିବାରୁ ସେଠାରେ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ଦିଆଯାଇଛି ।