୪ ଚୋରା ଚିପସ୍ ବୋଝେଇ ହାଇୱା ଜବତ

Aug 7, 2018 - 18:33
 138
କେନ୍ଦୁଝର୭/୮ (ସକାଳଖବର): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଶାଳପଡା ବାଇପାସ୍ ନିକଟରୁ ସୋମବାର ବିଳମ୍ବିତ ରାତ୍ରୀରେ ୪ଟି ଚିପସ୍ ବୋଝେଇ ହାଇୱାକୁ ଘସିପୁରା ପୋଲିସ ଜବତ କରିଛି । ହାଇୱା ଗୁଡିକ ଯାଜପୁର ଅଂଚଳରୁ ଚୋରାରେ ଚିପସ୍ ନେଇ ଆନନ୍ଦପୁରର ହାଟଡିହି ଅଂଚଳର ଏକ କେନାଲ କାମପାଇଁ ଯାଉଥିବା ପୋଲିସ ସୂଚନା ଦେଇଛି । ପୋଲିସ ପକ୍ଷରୁ ଜବତ ଗାଡି ଗୁଡିକୁ ବିଧିବଦ୍ଧ ତଦନ୍ତ ନିମନ୍ତେ ତହସିଲକୁ ହସ୍ତାନ୍ତର କରିଛି ।