ମୁମ୍ବାଇରେ ଆଜି ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

Aug 7, 2018 - 18:30
 161
ମୁମ୍ବାଇରେ ଆଜି ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୭/୮ (ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ମୁମ୍ବାଇ ଗସ୍ତ କରିଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେବେ । ମୁମ୍ବାଇ ସ୍ଥିତ ତାଜ୍ ହୋଟେଲରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେଶ ବିଦେଶର ବଡ ବଡ କମ୍ପାନୀ ମାନଙ୍କ ସହ ଓଡିଶାରେ ପୁଂଜି ନିବେଶ କରିବା ନେଇ ଆଲୋଚନା କରିବେ । ଏହି ଅବସରରେ ଅୟୋଜିତ ହେବାକୁ ଥିବା ରୋଡ ଶୋରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ସୂଚନାଯୋଗ୍ୟ ଯେ ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖରେ ଭୁବନେଶ୍ୱରଠାରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ । ଏସମ୍ପର୍କରେ ଗତ ୪ ତାରିଖରେ ମୁଖ୍ୟମନ୍ତ୍ରୀ କନକ୍ଲେଭ୍ ର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।