ବିଚାର ବିଭ୍ରାଟ: ସ୍ୱରାଷ୍ଟ୍ର ସଚିବ ଉନ୍ନୟନ କମିଶନର ଦାୟିତ୍ୱରେ

Nov 30, 2018 - 17:47
 181
ବିଚାର ବିଭ୍ରାଟ: ସ୍ୱରାଷ୍ଟ୍ର ସଚିବ ଉନ୍ନୟନ କମିଶନର ଦାୟିତ୍ୱରେ
ଭୁବନେଶ୍ୱର, ୩୦/୧୧(ସକାଳଖବର): ଆଇ.ଏ.ଏସ କ୍ୟାଡ଼ରର ଦୁଇ ଜଣ ଓ ଜଣେ ଆଇ.ପି.ଏସ କ୍ୟାଡ଼ରର ବରିଷ୍ଠ ଅଧିକାରୀ ଆଜି ଅବସର ଗ୍ରହଣ କରିଛନ୍ତି । ଏଥି ମଧ୍ୟରେ ଅଛନ୍ତି ଉନ୍ନୟନ କମିଶନର ଆର.ବାଲ କି୍ରଷ୍ଣନ୍, ସଂଗ୍ରାମ ମିଶ୍ର ଏବଂ ଆଇ.ପି.ଏସ କ୍ୟାଡ଼ରର ଜେଲ ବିଭାଗର ଏ.ଡି.ଜି ଆର.ପି. ସିଂ ଅବସର ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ସ୍ୱରାଷ୍ଟ୍ର ବିଭାଗର ଶାସନ ସଚିବ ଅସିତ୍ ତ୍ରିପାଠୀ ନିଜ ବିଭାଗ ସହ ଉନ୍ନୟନ କମିଶନର ଦାୟିତ୍ୱରେ ରହିବେ । ସେହିପରି ଓଏସଡବ୍ଲୁସି ର ଅଧ୍ୟକ୍ଷ ପଦବୀରେ ଥିବା ସଂଗ୍ରାମ ମିଶ୍ର ଅବସର ନେବା ପରେ ତାଙ୍କ ସ୍ଥାନରେ ସମବାୟ ବିଭାଗର ସଚିବ ରଞ୍ଜନା ଚୋପ୍ରାଙ୍କୁ ନିଜ ବିଭାଗ ସହ ଏହି ବିଭାଗର ଅଧ୍ୟକ୍ଷ ଦାୟିତ୍ୱରେ ରଖାଯାଇଛି । ସେହିପରି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ରାଜ୍ୟ ପ୍ରଦୂଷଣ ବୋଡର଼୍ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି ।