୩୬ ବିଜେଡି ନେତା ଥଇଥାନ

Aug 16, 2019 - 18:02
 145
ଭୁୁବନେଶ୍ୱର, ୧୬/୮(ସକାଳଖବର): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ୩୬ ଟି ସଂସ୍ଥାରେ ବିଜେଡି ନେତା ମାନଙ୍କୁ ନୂତନ ଅଧ୍ୟକ୍ଷ ଓ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ପୂର୍ବତନ ବିଧାୟକ ଓ ଦଳୀୟ କର୍ମକର୍ତା ରହିଛନ୍ତି । ଲେଲିନ୍ ମହାନ୍ତିଙ୍କୁ ଉକ୍ରଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସମ୍ପାଦକ ଭାବେ ନିଯୁକ୍ତି ପାଇଥିବା ବେଳେ ସୁଜିତ୍ କୁମାରଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ଅନୁଭବ ପଟ୍ଟନାୟକଙ୍କୁ ଇଟି ଓ ଆଇଟି ବିଭାଗ ପରାମର୍ଶଦାତା , କୃତିବାସ ପାତ୍ରଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପରାମର୍ଶଦାତା ଭାବେ , ଉକ୍ରଳ କେଶରୀ ପରିଡାଙ୍କୁ ଚିଲିକା ଉନ୍ନୟନ କର୍ତୃପକ୍ଷର ପରାମର୍ଶଦାତା , ଦେବାଶିଷ ମଲ୍ଲିକଙ୍କୁ ରାଜ୍ୟ ଜଙ୍ଗଲ ବିକାଶ ନିଗମର ପରାମର୍ଶଦାତା , ସୁଲତା ଦେଓଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ପରାମର୍ଶଦାତା , ଜନ୍ମେଜୟ ଲେଙ୍କାଙ୍କୁ ଓଡିଆ ଭାଷା ,ସଂସ୍କୃତି ବିଭାଗର ପରାମର୍ଶଦାତା ଭାବେ , ଓଡିଶା ରାଜ୍ୟ କୃଷି ଓ ମାର୍କେଟିଂ ବୋର୍ଡ ର ପରାମର୍ଶଦାତାଭାବେ ରାମଚନ୍ଦ୍ର ପଣ୍ଡା ନିଯୁକ୍ତି ଦିଆଯାଇଛି । ଏହା ବ୍ୟତୀତ ଦେବାଶିଷ ମହାନ୍ତିଙ୍କୁ ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ , ଇଶ୍ୱର ପାଣିଗ୍ରାହୀଙ୍କୁ ଓଡିଶା ବିହନ ନିଗମ , ପ୍ରଭାଦିତ୍ୟ ମିଶ୍ରଙ୍କୁ ଆପିକଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଅନୁପ ସାଏଙ୍କୁ ଓଡିଶା ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତିି ଦିଆଯାଇଥିବା ବେଳେ ଅସୀତ ପଟ୍ଟନାୟକଙ୍କୁ େଓଡିଶା ମତ୍ସ୍ୟ ବିକାଶ ନିଗମ ଅଧ୍ୟକ୍ଷ , ଅମରେନ୍ଦ୍ର ଦାସ ଙ୍କୁ ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ , ଲୁଲୁ ଅମାତ୍ ଙ୍କୁ ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ , ଚିନ୍ମୟ ସାହୁଙ୍କୁ ଓଡିଶା କ୍ଷୂଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ , ଶ୍ରୀମୟୀ ମିଶ୍ରଙ୍କୁ ଓଟିଡିସି ଅଧ୍ୟକ୍ଷା ଭାବେ ନିଯୁକ୍ତିି ଦିଆଯାଇଛି । ଅମରେଶ ପତ୍ରୀଙ୍କୁ ଓଡିଶା ଉଠା ଜଳ ସେଚନ ନିଗମର ଅଧ୍ୟକ୍ଷ ଭାବେ , ବିଜୟ ନାୟକଙ୍କୁ ଓଡିଶା ରାଜ୍ୟ ଯୁବ କଲ୍ୟାହଣ ବୋର୍ଡ ଅଧ୍ୟକ୍ଷ , ପ୍ରିୟଦର୍ଶୀ ମିଶ୍ରଙ୍କୁ ରାଜ୍ୟ ଗୃହ ନିର୍ମାଣ ବୋର୍ଡ ଅଧ୍ୟକ୍ଷ , ସୁବାସ ସିଂହଙ୍କୁ ରାଜ୍ୟ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସଂଜୀବ ପାଇକରାୟଙ୍କୁ ଓଡିଶା ଖଦି ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସୁଧୀର ଦାସ ଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଭାବେ , ଦିଲ୍ଲୀପ ତିର୍କୀଙ୍କୁ ଓଡିଶା ହକି ପ୍ରମୋଶନ କାଉନସିଲର ଅଧ୍ୟକ୍ଷ , ମାନସ ମାଡକାମୀଙ୍କୁ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ , ବିନୟ ଟପୋଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ସୁନ୍ଦରଗଡ) ଅଧ୍ୟକ୍ଷ , ସୁସ୍ମିତା ବାଗଚୀ ଙ୍କୁ ମୋ ସ୍କୁଲ ର ଅଧ୍ୟକ୍ଷା ଏବଂ ଆକାଶ ଦାସ ନାୟକଙ୍କୁ ମୋ କଲେଜ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।