ଟ୍ରକ ଧକ୍କାରେ ୧ ମୃତ ; ୧ ଗୁରୁତର ଆହତ

Aug 31, 2018 - 18:24
 203
ଅନୁଗୋଳ,୩୧/୮ (ସକାଳଖବର): ବଅଁରପାଳ ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥ ଯୋରାଗାଡ଼ିଆ ଠାରେ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଆଜି ସନ୍ଧ୍ୟା ୬ଟା ବେଳେ ଭୂଷଣ ଆଡ଼ୁ ଓଆର-୧୯-ଡ଼ି-୯୩୫୭ ନାମକ ଟ୍ରକ ବଅଁରପାଳ ଅଭିମୁଖେ ଆସୁଥିଲା । ୫୫ ନମ୍ବର ଜାତୀୟ ରାଜପଥ ଯୋରାଗାଡ଼ିଆଠାରେ ଓଆର-୦୬-ଜି-୭୫୮୯ ନାମକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ଏହି ସୂଚନା ପାଇ ପୁଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚô ଗୁରୁତର ଥିବା ଯୁବକଙ୍କୁ ଅନୁଗୋଳ ଡ଼ାକ୍ତରଖାନାକୁ ଚିକିସôା ପାଇଁ ପଠାଇଛି । ଅନ୍ୟପକ୍ଷରେ ପୁଲିସ ଟ୍ରକଟିକୁ ଜବତ କରି ଘଟଣାର ତଦନ୍ତ କରୁଥିବାବେଳେ ମୃତ ଓ ଗୁରୁତର ଥିବା ଯୁବକଙ୍କ ମାନଙ୍କର ପରିଚୟ ମଳିପାରିନାହିଁ ।