୨୫ଟି ସ୍ଥାନରେ ପୁନଃ ମତଦାନ ପ୍ରସ୍ତାବ, ୨ୟ ପର୍ଯ୍ୟାୟରେ ୩୦୬୫ ବୁଥ୍‌ ସମ୍ବେଦନଶୀଳ

Feb 17, 2022 - 10:48
 106
୨୫ଟି ସ୍ଥାନରେ ପୁନଃ ମତଦାନ ପ୍ରସ୍ତାବ, ୨ୟ ପର୍ଯ୍ୟାୟରେ ୩୦୬୫ ବୁଥ୍‌ ସମ୍ବେଦନଶୀଳ
ଭୁବନେଶ୍ୱର ୧୭।୦୨ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ପ୍ରସ୍ତୁତି । ଦ୍ବିତୀୟ ପର୍ଯ୍ୟାୟରେ ୨୦ ହଜାର ୪୩୬ ବୁଥରେ ହେବ ନିର୍ବାଚନ। ସେଥିରୁ ଟି ୩ ହଜାର ୬୫ ବୁଥ୍ ସମ୍ବେଦନଶୀଳ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୪ଟି ଜିଲ୍ଲାରେ ୨୫ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି। ଯାଜପୁର ୧୧ ,ପୁରୀ ୫,ଢେଙ୍କାନାଳ ୪,ଭଦ୍ରକ ୫ ଟି ସ୍ଥାନ ପାଇଁ ପ୍ରସ୍ତାବ ଆସିଛି। ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଭୋଟ ଗ୍ରହଣ ବେଳେ ହିଂସାକୁ ନଜରରେ ରଖି ଗତ କାଲି ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଶୁକ୍ରାବର ଭୋଟ ଗ୍ରହଣ ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ନିର୍ଦେଶ ଦେଇଛନ୍ତି ରାଜ୍ୟନିର୍ବାଚନ କମିଶନ। ସେହିପରି ୨ୟ ପର୍ଯ୍ୟାୟ ପାଇଁ ପୋଲିଂ କର୍ମଚାରୀ ନିଜ ନିଜ ସ୍ଥାନରେ ପହଞ୍ଚି ଥିବା ବେଳେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲା ପରିଷଦ ଆଇନରେ ସଂଶୋଧନ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ , ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ। ନିର୍ବାଚନ ବେଳେ ରାଜନୈତିକ ଦଳ ମାନେ ସେମାନଙ୍କ ପ୍ରାଧିକୃତ ପ୍ରତିନିଧିଙ୍କ ନିଯୁକ୍ତି କରି ସେମାନଙ୍କ ନାମ କମିଶନଙ୍କୁ ଦେବେ। ଭୋଟିଂ ବେଳେ ବିଭିନ ଦଳର ଜିଲ୍ଲା ପରିଷଦ ସଭ୍ୟମାନେ ନିଜ ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ଦେବେ। ଭୋଟିଂ ସମୟ ସକାଳ ୭ଟା ରୁ ଅପରାହ୍ନ ୧ଟା ଯାଏଁ ଧାର୍ଯ୍ୟ କରାଯାଇଛି। ଏହି ସମୟ ଭିତରେ ଯେଉଁମାନେ ବୁଥ ଗେଟ ଭିତରେ ଥିବେ ସେମାନଙ୍କୁ ଚିରକୁଟ ଦିଆଯିବ । ଲାଇନରେ ଠିଆ ହୋଇ ଭୋଟ ଦେବେ।