ବିଜେପିରେ ସାମିଲ ହେଲେ ପୂର୍ବତନ ଜିଲ୍ଲା ଜଜ୍ଙ୍କ ସମେତ କଂଗ୍ରେସ ଓ ବିଜେଡିର ଶତାଧିକ କର୍ମୀ ଓ ନେତା

Aug 13, 2018 - 19:11
 231
ବିଜେପିରେ ସାମିଲ ହେଲେ ପୂର୍ବତନ ଜିଲ୍ଲା ଜଜ୍ଙ୍କ ସମେତ କଂଗ୍ରେସ ଓ ବିଜେଡିର ଶତାଧିକ କର୍ମୀ ଓ ନେତା
ଭୁବନେଶ୍ୱର, ୧୩ /୮ (ସକାଳଖବର): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ଜିଲ୍ଲା ଜଜ୍ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଓ କଂଗ୍ରେସ ନେତା ଶ୍ରୀ ଶତ୍ରୁଘ୍ନ ନାୟକଙ୍କ ସମେତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ ଓ ବିଜେଡି ଜିଲ୍ଲାପରିଷଦ ସଦସ୍ୟ, ସରପଂଚ, ସମିତି ସଭ୍ୟ, ଯୁବନେତା ଏବଂ ଶତାଧିକ କର୍ମୀ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଧାୟକ ଦଳ ନେତା ଶ୍ରୀ କେ.ଭି ସିଂହଦେଓଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ମିଶ୍ରଣ ପର୍ବରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବରିଷ୍ଠ ସମାଜସେବୀ ଅନାଦି ମହାପାତ୍ର, ଯୁବ ବିଜେଡି ଉପସଭାପତି କାଳୁ ନାହକ, ଖଲ୍ଲିକୋଟ ଏନଏସିର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ଗୌଡ, ଉପସଭାପତି ଧରମା ମହାରଣା, ଯୁବ ବିଜେଡି ନେତା ପାଣ୍ଡବ ମହାରାଣା, ଜନଜାତି ଉପସଭାପତି ନାରାୟଣ ସେଠୀ, ବିଜେଡି ନେତା ଭଗବାନ ପ୍ରଧାନ, କଂଗ୍ରେସ ନେତା ସିତେନ୍ଦ୍ର ରାଉତ, ଗିରିଶ ପ୍ରଧାନ, ଦୟାନିଧୀ ପ୍ରଧାନ, ଯୁବ କଂଗ୍ରେସ ସଂପାଦକ ସୌମ୍ୟକାନ୍ତ ପଣ୍ଡା, ଯୁବ ବିଜେଡି ସଭାପତି ଶଙ୍କର ସ୍ୱାଇଁ, ପୂର୍ବତନ ବିଜେଡି ଉପସଭାପତି ଭଗବାନ ଗୌଡ, ଯୁବ ବିଜେଡି ନେତା କରୁଣାକର ସ୍ୱାଇଁ, ଇତିପୁର ଗ୍ରାମ ପଂଚାୟତ ସରପଂଚ ବିଭୂତି ସେଠୀ, ପୂର୍ବତନ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବେହେରାଙ୍କ ସମେତ ଶତାଧିକ ସଂଖ୍ୟାରେ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ବିଧାୟକ ଦଳ ନେତା ଶ୍ରୀ ସିଂହଦେଓ ସମସ୍ତ ସଦସ୍ୟଙ୍କୁ ଦଳୀୟ ଟୋପି ଏବଂ ଉତରୀୟ ଦେଇ ଦଳରେ ସ୍ୱାଗତ କରିଛନ୍ତି । ସେହିପରି ଭୁବନେଶ୍ୱରର ୪୦ ନମ୍ବର ୱାର୍ଡର ସଭାପତି ତଥା ପୂର୍ବତନ କଂଗ୍ରେସ ନେତା ଶ୍ରୀଧର ସାହୁ ଏବଂ ନୟାପଲ୍ଲୀ ଅଂଚଳର ଜଣାଶୁଣା ବିଜେଡି ଯୁବନେତା ତଥା ଆଡଭୋକେଟ ମହେଶ୍ୱର ବେହେରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟମାନଙ୍କୁ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହି ମିଶ୍ରଣ ଯୋଗୁଁ ଦଳ ଆହୁରି ସାଙ୍ଗଠନିକ ସ୍ତରରେ ମଜବୁତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବ