ନିର୍ବାଚନ କମିଶନଙ୍କ କଟକଣା ମାନୁନାହାନ୍ତି, ନିର୍ବାଚନୀ ହିଂସା ହୋଇଛି : ସୁର ରାଉତରାୟ

Feb 17, 2022 - 10:47
 48
ନିର୍ବାଚନ କମିଶନଙ୍କ କଟକଣା ମାନୁନାହାନ୍ତି, ନିର୍ବାଚନୀ ହିଂସା ହୋଇଛି : ସୁର ରାଉତରାୟ
ଭୁବନେଶ୍ବର ୧୭।୨: ନିର୍ବାଚନୀ ହିଂସା ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି, ନିର୍ବାଚନ କମିଶନଙ୍କ କଟକଣା ସରକାର ମାନୁନାହାଁନ୍ତି । ବୁଧବାର କଣାସ, କୃଷ୍ଣପ୍ରସାଦ ବାଲେଶ୍ବର ସବୁଠି ନିର୍ବାଚନୀ ହିଂସା ହୋଇଛି । ୨ ଜଣ ସମ୍ବାଦିକଙ୍କୁ ମାଡ ହୋଇଛି । ଘଟଣାକୁ ନେଇ ଆମେ ମର୍ମାହତ । ସ୍ଥିତି ଏମିତି ହୋଇଛି ନିର୍ବାଚନ କମିଶନର ଗାଁକୁ ଗଲେ ବି ମାଡ ଖାଇବେ । ଗାନ୍ଧୀ, ଗୋପବନ୍ଧୁ ଥିଲେ ନିର୍ବାଚନ ଲଢ଼ିବା ତ ଦୂର କଥା ନୋମିନେସନ କରିପାରି ନଥାନ୍ତେ । ନିର୍ବାଚିତ ପ୍ରତିନିଧିଙ୍କୁ କାମ କରିବାକୁ ସୁଯୋଗ ଦେଉ ଶାସକ ଦଳ । ନିର୍ବାଚନରେ ମଦ ଓ ମାଂସ ବଣ୍ଟା ହେଉଛି । ଟଙ୍କା ବଣ୍ଟା ହେଉଛି । ପୋଲିସ ଡିଜି କଣ କରୁଛନ୍ତି ? ଏଥିପାଇଁ ବିଜେପି-ବିଜେଡି ଦାୟୀ । ଅନ୍ୟପଟେ ଲିଙ୍ଗରାଜ ଜମି ହଡପ ପାଇଁ ଯୋଜନା ଚାଲିଛି । ମାମଲା ସୁପ୍ରିମକୋର୍ଟରେ ଥିବାବେଳେ କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ପୁନର୍ବିଚାର ପାଇଁ ଆମେ ରିଭ୍ୟୁ ପିଟିସନ କରିବୁ ।