୨୪ ତାରିଖରେ ୭୭ତମ ରାଜ୍ୟ ପୋଲିସ ଫୁଟବଲ ପ୍ରତିଯୋଗିତା

Aug 23, 2018 - 18:38
 167
୨୪ ତାରିଖରେ ୭୭ତମ ରାଜ୍ୟ ପୋଲିସ ଫୁଟବଲ ପ୍ରତିଯୋଗିତା
ଅନୁଗୋଳ ,୨୩/୮ (ସକାଳଖବର): ଅନୁଗୋଳ ଷ୍ଟାଡ଼ିୟମଠାରେ ୭୭ତମ ରାଜ୍ୟ ପୋଲିସ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି । ୨୪ ତାରିଖ ଦିନ ଅପରାହ୍ନ ୪ଟା ବେଳ ଏହି ପ୍ରତିଯୋଗିତାକୁ ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଧଶକ ଶ୍ରୀ ମନୋଜ କୁମାର ଛାବ୍ରା ଆଇପିଏସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବେ । ଆଜି ସ୍ଥାନୀୟ ଜିଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଏସ୍ପି. ଶ୍ରୀ ମିତ୍ରଭାନୁ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତା ସମ୍ବନ୍ଧୀୟ ତଥା ପ୍ରଦାନ କରିଥିଲେ । ଆସନ୍ତା କାଲଇ ୨୪ ତାରିଖ ଠାରୁ ଆରମ୍ଭ ହୋଇ ଆଗାମୀ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ । ରାଜ୍ୟର ୨୮ଟି ଜିଲା କମିଶନରେଟ ପୋଲିସ ଏବଂ ୧୮ଟି ପୋଲିସ ବାଟାଲିୟନ ମୋଟ ୪୬ ଦଳ ଭାଗ ନେବେ । ପୟାୟ ୧୦୦୦ ଖେଳାଳି ଏବଂ ଅଫିସଆଲ ଏହି ପ୍ରତିଯୋଗିତାରେ ଭାଗ ନେବେ । ଏ ସଂପର୍କରେ ଆୟୋଜକ ଜିଲା ଭାବରେ ଅନୁଗୋଳ ଜିଲା ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଥିଲେ । ଆଗାମୀ ୨ ତାରିଖ ଅପରାହ୍ନରେ ହେବାକୁ ଥିବା ଉଦ୍ୟାପନ ଉସôବରେ ଆରକ୍ଷୀ ମହାନିଦେ୍ର୍ଧଶ, ଓଡ଼ିଶା ଡ଼ା. ରାଜେନ୍ଦ୍ର ପ୍ରସାଦ ମିଶ୍ର ଆଇପିଏସ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେବାପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ୪୬ଟି ଦଳକୁ ମୋଟ ୧୬ଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି । ଅନୁଗୋଳରେ ଆୟୋଜିତ ହେଉଥିବା ଏହି ରାଜ୍ୟ ପୋଲିସ ଫୁଟବଲ ପ୍ରତିଯୋଗିତାର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିବା ସହିତ ବହୁ ସଂଖ୍ୟାରେ ଯୋଗ ଦେଇ ଉପଭୋଗ କରିବାକୁ ଜନସାଧାରଣଙ୍କୁ ଆୟୋଜନ କମିଟି ସଂପାଦକ ତଥା ଏସ୍ପି ଶ୍ରୀ ମହାପାତ୍ର ଅନୁରୋଧ କରିଛନ୍ତି ।