୧୧ରେ ଉକ୍ରଳ ସାହିତ୍ୟ ସମାଜ କୋଲକାତା ଶାଖା ଉଦ୍ଘାଟନ

May 9, 2018 - 14:23
 190
କଟକ ୯/୫( ସକାଳଖବର) : ଉକ୍ରଳ ସାହିତ୍ୟ ସମାଜର କୋଲକାତା ଶାଖା ଉଦ୍ଘାଟନ ଉତ୍ସବ ମଇ ୧୧ତାରିଖ ଶୁକ୍ରବାର ସଂଧ୍ୟା ୫ଟା ୩୦ରେ ଖିଦିରପୁର ଓଡ଼ିଆ ହାଇସ୍କୁଲଠାରେ ଆୟୋଜନ କରାଯାଇଛି । ଅନୁଷ୍ଠାନର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ତଥା ସାହିତ୍ୟ ସମାଲୋଚକ ପ୍ରଫେସର ବିଜୟ କୁମାର ଶତପଥୀ ଯୋଗ ଦେବେ । ‘କଲିକତାରେ ଓଡ଼ିଆ ସାହିତ୍ୟ’ ଶୀର୍ଷକ ପ୍ରବନ୍ଧ ଉପସ୍ଥାପନ କରିବେ ଡକ୍ଟର କୃଷ୍ଣଚନ୍ଦ୍ର ଭୂୟାଁ । ଏହି ଉଦ୍ଘାଟନୀ ଉତ୍ସବରେ ସାହିତ୍ୟ ସ୍ରଷ୍ଟା ଡକ୍ଟର ବୀଣାପାଣି ଦେବତା ଓ ରବୀନ୍ଦ୍ର ନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି