କମିସନରେଟ ପୁଲିସ ଆବେଦନ ଉପରେ ରାଜାକୁ ନୋଟିସ

May 9, 2018 - 14:45
 175
କମିସନରେଟ ପୁଲିସ ଆବେଦନ ଉପରେ ରାଜାକୁ ନୋଟିସ
କଟକ,୯ା୫(ସକାଳଖବର): ଗ୍ୟାଙ୍ଗଷ୍ଟର ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା ଆଚାର୍ଯ୍ୟଙ୍କ ଜାମିନ ରଦ୍ଧ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଦାୟର ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜାକୁ ନୋଟିସ ଜାରି କରିଛନ୍ତି । ଆସନ୍ତା ଜୁଲାଇ ମାସ ଦ୍ୱିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ସୌଭାଗ୍ୟ ନାୟକ ମାମଲା ପରିଚାଳନା କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ହାଇକୋର୍ଟ ଗତ ୨୦ତାରିଖରେ ରାଜାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ୫୦ହଜାର ଟଙ୍କାର ୨ଜଣ ଜାମିନଦାର ବଦଳରେ ସେ ଜାମିନରେ ଯାଇପାରିବେ ବୋଲି ରାୟରେ ସ୍ପଷ୍ଟ କରିଥିବାବେଳେ ଥାନାରେ ନିୟମିତ ହାଜର ହେବାକୁ ଆଦେଶ ଦେଇଥିଲେ । ପ୍ରକାଶ ଯେ ୨୦୧୦ ମସିହାରେ ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ କରିବା ଓ ଦାଦା ବଟି ଆଦାୟ ନେଇ ଲିଙ୍ଗରାଜ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ଗତବର୍ଷ ମାର୍ଚ୍ଚ ମାସ ୧୫ତାରିଖରେ ରାୟ ପ୍ରକାଶ କରି ଜାମିନ ଆବେଦନକୁ ଖାରଜ କରିଥିଲେ । ଏହାକୁ ଚ୍ୟାଲେଞ୍ଜ କରି ରାଜା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ମଧ୍ୟ ଜାମିନ ଆବେଦନ ଉପରେ ଶୁଣାଣି କରି ଏପ୍ରିଲ ମାସ ୨୬ତାରିଖରେ ଖାରଜ କରିଥିଲେ । ଏହାପରେ ପୁଣି ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିବାବେଳେ ତାଙ୍କୁ ନିୟମିତ ଜାମିନ ମିଳିଥିଲା ।