ୁ ଅନୁଗୋଳ ବିଜୁଜନତା ଦଳ ଜୋନସ୍ତରୀୟ କର୍ମଶାଳା

Dec 24, 2018 - 16:50
 195
ଅନୁଗୋଳ,୨୪/୧୨(ସକାଳଖବର): ଅନୁଗୋଳ ବିଜୁଜନତା ଦଳର ଜିଲ୍ଲା ପରିଷଦ ୨ନମ୍ବର ଜୋନର ସମସ୍ତ ୱାଡର଼୍ କମିଟି ସଭ୍ୟ/ସଭ୍ୟା ମାନଙ୍କର ଏକ କର୍ମଶାଳା ପଂଚମହଲା ଆମ୍ବତୋଟା ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କର୍ମଶାଳାରେ ମୁଖ୍ୟଅତିଥି ରୂପେ ଅନୁଗୋଳ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ ଯୋଗଦେଇ କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଅବହେଳା ଓ ଅର୍ଥନୈତିକ ଅସହଯୋଗ ଉପରେ ଆଲୋକପାତ କରିଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଅନେକ ଜନହିତକର କାର୍ଯ୍ୟକରି ଲୋକପ୍ରିୟତା ହାସଲ କରୁଥିବାରୁ କେନ୍ଦ୍ରର ବିଜେପି ସରକାର ଜାଣିଶୁଣି ଅସହଯୋଗ କରୁଥିବାରୁ ଆଗାମୀ ନିର୍ବାଚନରରେ ଏହାର ଉଚିତ୍ ଜବାବ୍ ଦବାପାଇଁ ସେ ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିôଲେ । ବିଜେପି ସରକାର ଯେଉଁ ଅପପ୍ର·ର ଏବଂ ଧୂଆଁବାଣ ମାରୁଛି ସେଥିପ୍ରତି ସତର୍କ ରହି ସାଧାରଣ ଜନତାଙ୍କୁ ପ୍ରକୃତ ସତ୍ୟ ବୁଝାଇପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅନୁଗୋଳ ବ୍ଲକ ଅଧ୍ୟକ୍ଷ୍ୟ ଶ୍ରୀ ନିରଞ୍ଜନ ଦେହୁରୀ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ହାଡ଼ିବନ୍ଧୁ ଦେହୁରୀ, ସଭ୍ୟା ଶ୍ରୀମତୀ ରୁବି ସାହୁ, ଭାଗିରଥି ମାଝି, ରାଜ୍ୟ ଯୁବ ସାଧାରଣ ସଂପାଦକ ସୁଜିତ୍ ଦ୍ୱିବେଦୀ, ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସ, ସରୋଜ ନାରାୟଣ ସାହୁ, ସରୋଜ ନାଏକ, ଅଜିତ୍ ଦ୍ୱିବେଦୀ, ଧୃବ ଦଳବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରକାଶ ବେହେରା, ଜ୍ୟୋସ୍ନା ନାଏକ, ଦୁର୍ଯେ୍ୟାଧନ ସାହୁ, ପ୍ରଶାନ୍ତ ପ୍ରଧାନ, ପ୍ରଶାନ୍ତ ସାମଲ, ଦେବରାଜ ସାହୁ, ବିନୋଦ ସାହୁ, ଲକି ନନ୍ଦ, ସୋମ୍ୟାରଞ୍ଜନ ସ୍ୱାଇଁ, କୈଳାଶ ମୋଦି ପ୍ରମୁଖ ମଂଚାସିନ ଥିଲେ । ଉକ୍ତ କର୍ମଶାଳାରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ