ହ୍ୟାକ୍‌ ହେଲା ଜଳଶକ୍ତି ମନ୍ତ୍ରାଳୟ ଟୁଇଟର୍‌ ହ୍ୟାଣ୍ଡଲ୍‌; ତଦନ୍ତ ଆରମ୍ଭ

Dec 1, 2022 - 06:45
 54
ହ୍ୟାକ୍‌ ହେଲା ଜଳଶକ୍ତି ମନ୍ତ୍ରାଳୟ ଟୁଇଟର୍‌ ହ୍ୟାଣ୍ଡଲ୍‌; ତଦନ୍ତ ଆରମ୍ଭ
ନୂଆଦିଲ୍ଲୀ: ଆଜି କେତେକ ଅଜ୍ଞାତ ହ୍ୟାକର୍‌ ସ୍ବଳ୍ପ ସମୟ ପାଇଁ ଜଳଶକ୍ତି ମନ୍ତ୍ରାଳୟ ଟୁଇଟର୍‌ ହ୍ୟାଣ୍ଡଲ୍‌ ହ୍ୟାକ୍‌ କରିଥିଲେ। ଗତ ସପ୍ତାହରେ ‘ଏମ୍‌ସ୍‌-ଦିଲ୍ଲୀ’ର ସର୍ଭର୍‌ ହ୍ୟାକ୍‌ ପରେ ଏହା ହେଉଛି ସରକାରୀ ସାଇଟ୍‌ ଉପରେ ଦ୍ବିତୀୟ ପ୍ରମୁଖ ସାଇବର୍‌ ଆକ୍ରମଣ। ମଙ୍ଗଳବାର ବଡ଼ି ସକାଳେ ଜଳଶକ୍ତି ମନ୍ତ୍ରାଳୟ ଟୁଇଟର୍‌ ହ୍ୟାଣ୍ଡଲ୍‌ ହ୍ୟାକ୍‌ ହୋଇଥିବା ପରି ଅନୁମାନ କରାଯାଉଛି। କାରଣ ସେ ସମୟରେ ଉକ୍ତ ଟୁଇଟର୍‌ ପେଜ୍‌ରେ ସନ୍ଦେହଜନକ କାର୍ଯ୍ୟକଳାପ ଚାଲିଥିବା ଜଣାପଡୁଥିଲା। ‌ଭୋର୍‌ ୫.୩୮ରେ ଜଳଶକ୍ତି ମନ୍ତ୍ରାଳୟ ଆକାଉଣ୍ଟ୍‌ରେ ପ୍ରଥମେ କ୍ରିପ୍‌ଟୋ ୱାଲେଟ୍‌ ‘ସୁଇ ୱାଲେଟ୍‌’ର ପଚାର ପୋଷ୍ଟ୍‌ କରାଯାଇଥିଲା। ଆକାଉଣ୍ଟ୍‌ର ପ୍ରୋଫାଇଲ୍‌ ପିକ୍‌ଚର୍‌ ମଧ୍ୟ ପରିବର୍ତ୍ତନ କରାଯାଇ ଭାରତୀୟ ଜାତୀୟ ପତାକା ସ୍ଥାନରେ ସୁଇ ଲୋ‌ଗୋ ବସାଯାଇଥିଲା। ଜଳଶକ୍ତି ମନ୍ତ୍ରାଳୟ ଟୁଇଟର୍‌ର କଭର୍‌ ଇମେଜ୍‌ରେ ଥିଲା ସୁଇ ଲୋଗୋ ଓ ନାମ।