ହୁ ହୁ ବଢୁଛି ହୀରାକୁଦ !

Sep 16, 2021 - 06:50
 79
ହୁ ହୁ ବଢୁଛି ହୀରାକୁଦ !
ଭୁବନେଶ୍ୱର: ଛତିଶଗଡ଼ର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତର ବଢିବାରେ ଲାଗିଛି । ଯେଉଁଥି ପାଇଁ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ ଖୋଲାଯାଇଛି । ଏବେ ୨୮ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ହୁ ହୁ ବଢିବାରେ ଲାଗିଛି । ସକାଳ ୭ଟାରେ ହୀରାକୁଦ ଜଳସ୍ତର ୬୨୮.୪୧ ଫୁଟ ଥିଲା । ତେବେ ସକାଳ ୮ଟାରେ ତାହା ବଢି ୬୨୮.୪୫ ଓ ୯ଟାରେ ୬୨୮.୫୦ ଫୁଟ ହୋଇଥିଲା । ୧୦ଟାରେ ଜଳସ୍ତର ୬୨୮.୫୬ ଓ ୧୧ଟାରେ ୬୨୮.୬୨ ଫୁଟ ରହିଥିବା ଜଣାଯାଇଛି ।