ଘୂର୍ଣ୍ଣିବଳୟ: ୧୮ରୁ ପୁଣି ବର୍ଷା

Sep 16, 2021 - 06:48
 72
ଘୂର୍ଣ୍ଣିବଳୟ: ୧୮ରୁ ପୁଣି ବର୍ଷା
ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏନେଇ ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୮ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ କେନ୍ଦ୍ରୀଭୂତ ହେବ । ତେବେ ଏହା ବେଶୀ ଘନୀଭୂତ ହେବ ନାହିଁ । ଅତିବେଶୀରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାର ପ୍ରଭାବରେ ୧୮ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାହେବ । ୧୯ ଓ ୨୦ରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୭ରୁ ୧୨ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ଏହାର ପ୍ରଭାବ ପଡ଼ିବ । ଛତିଶଗଡ଼ରେ ମଧ୍ୟ ଆସନ୍ତା ୩ ଦିନରେ ସେପରି ବଡ଼ ବର୍ଷା ହେବନି । ୧୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ବେଶୀ ବର୍ଷା ହେବନାହିଁ ବୋଲି ଆଇଏମଡି ମହାନିଦେ୍ର୍ଧଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା