ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁଁ ଆସିପାରେ ଏହି ଜିଲ୍ଲା ଗୁଡିକରେ ବନ୍ୟା

Sep 16, 2021 - 05:02
 69
ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁଁ ଆସିପାରେ ଏହି ଜିଲ୍ଲା ଗୁଡିକରେ ବନ୍ୟା
ଭୁବନେଶ୍ୱର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି । ହୀରାକୁଦ ଡ୍ୟାମର ଜଳସ୍ତର କ୍ଷମତା ୬୩୦ ଫୁଟ ଥିବା ବେଳେ ବର୍ତ୍ତମାନ ବନ୍ୟାଜଳ ୬୨୮.୩୯ ଫୁଟରେ ପହଞ୍ଚିଛି । ଡ୍ୟାମରେ ଜଳସ୍ତର ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ମୋଟ ୨୪ଟି ଗେଟ୍ ଖୋଲାଯାଇଛି । ସୂଚନା ଅନୁସାରେ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୪ଲକ୍ଷ ୨୧ହଜାର ୨୮୫ କୁ୍ୟସେକ ଜଳ ପଶୁଥିବାବେଳେ ୨୪ଟି ଗେଟ ଦେଇ ବନ୍ୟାଜଳକୁ ମହାନଦୀକୁ ଛଡାଯାଉଛି । ଏଥିପାଇଁ ମହାନଦୀ ଫୁଲି ଉଠୁଛି । ମହାନଦୀରେ ବନ୍ୟାଜଳ ଆସୁଥିବାରୁ ଏହାର ଶାଖା ନଦୀ ଗୁଡିକରେ ଜଳସ୍ତର ବୃଦ୍ଧି ପାଉଛି । ଫଳରେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ ବନ୍ୟା ଆସିବ ନେଇ ଏସଆରସି ସୂଚନା ଦେଇଛନ୍ତି । ଏଥିପାଇଁ ଏହି ଜିଲ୍ଲା ଗୁଡିକୁ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ରିଲିଫ କମିସନର ନିଦେ୍ର୍ଧଶ ଦେଇଛନ୍ତି ।