ଯୋଗ ଦ୍ୱାରା ଆନ୍ତରିକ ଶାନ୍ତି ମିଳିବା ସହିତ ଉତ୍ପାଦକତାରେ ବୃଦ୍ଧି ହୋଇଥାଏ: ଶ୍ରୀମତୀ ମେନକା ସଞ୍ଜୟ ଗାନ୍ଧୀ

Jun 12, 2018 - 17:26
 180
ଯୋଗ ଦ୍ୱାରା ଆନ୍ତରିକ ଶାନ୍ତି ମିଳିବା ସହିତ ଉତ୍ପାଦକତାରେ ବୃଦ୍ଧି ହୋଇଥାଏ: ଶ୍ରୀମତୀ ମେନକା ସଞ୍ଜୟ ଗାନ୍ଧୀ
ଭୁବନେଶ୍ୱର,୧୨/୬(ପିଆଇବି): ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ‘#YogaFor9to5 ’ ର ଶୁଭାରମ୍ଭ କରିଛନ୍ତି । କର୍ମକ୍ଷେତ୍ରରେ ଯୋଗ ଦ୍ୱାରା ହେବାକୁ ଥିବା ଲାଭ ପ୍ରତି ମହିଳାମାନଙ୍କୁ ସଚେତନ କରିବା ଏହି ପ୍ରତିଯୋଗୀତାର ଉଦ୍ଦେଶ୍ୟ । ପ୍ରତିଯୋଗୀତା ଅଧିନରେ କର୍ମଜୀବି ମହିଳାମାନେ କର୍ମକ୍ଷେତ୍ରରେ କାମ କରୁଥିବା ସମୟରେ ନିଜର ଯୋଗଭ୍ୟାସର ଭିଡିଓ ଏବଂ ଫଟୋ ଦେଇପାରିବେ । ଏହି ପଦକ୍ଷେପର ଉଦ୍ଦେଶ୍ୟ କର୍ମ କରୁଥିବା ବେଳେ ଯୋଗରୁ ମିଳୁଥିବା ଲାଭ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ମେନକା ସଂଜୟ ଗାନ୍ଧୀ କହିଥିଲେ ଯେ ଯୋଗାଭ୍ୟାସ ଦ୍ୱାରା ମାନସିକ ଏବଂ ଶାରିରୀକ ସନ୍ତୁଳନ ରହିବା ସହିତ ମନକୁ ଶାନ୍ତି ମିଳିଥାଏ ଯାହାଦ୍ୱାରା ଉତ୍ପାଦକତା ବୃଦ୍ଧି ପାଇଥାଏ । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ବିଭିନ୍ନ ସମୟରେ ଅନଲାଇନ ପ୍ରତିଯୋଗୀତାର ଆୟୋଜନ କରିଥାଏ ଯାହାଦ୍ୱାରା ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ହେବ । ‘#YogaFor9to5 ’ ପ୍ରତିଯୋଗୀତା ଜରିଆରେ ମନ୍ତ୍ରଣାଳୟ କର୍ମ ସମୟ ଭିତରେ ଯୋଗାଭ୍ୟାସ ପାଇଁ ନାମ ପଞ୍ଜୀକରଣ ପାଇଁ ଆମନ୍ତ୍ରଣ କରୁଛି । ପ୍ରତିଯୋଗୀତାର ଅନ୍ତିମ ତାରିଖ ୨୧ ଜୁନ, ୨୦୧୮ ଧାର୍ୟ୍ୟ କରାଯାଇଛି । ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଇଚ୍ଛୁକ ପ୍ରତିଭାଗୀ ନିଜ ଯୋଗାଭ୍ୟାସର ଭିଡିଓ କିମ୍ବା ଫଟୋ creativecorner.mwcd@gmail.com ରେ ଇ-ମେଲ କରିପାରିବେ । ଅନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ଦୈନନ୍ଦିନ ଜୀବନରେ ଯୋଗ କରିବା ଦ୍ୱାରା ହେଉଥିବା ଲାଭ ପ୍ରତି ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟ ନେଇ ପାଳନ କରାଯାଏ । ପ୍ରତିଭାଗୀମାନଙ୍କର ଚିହ୍ନଟ ସେମାନଙ୍କ ରଚନାତ୍ମକ, ମୌଳିକତା, ସଂଯୋଜନା, ପ୍ରଯୁକ୍ତି ଦକ୍ଷତା, କଳାତ୍ମକ ଏବଂ ଦୃଶ୍ୟ ପ୍ରଭାବ ଆଧାରରେ କରାଯିବ ।