ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?

Dec 7, 2021 - 09:55
 55
ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
ଭୁବନେଶ୍ବର ୭।୧୨: ଗୃହ ଅଚଳ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି, ସୋମବାର ସର୍ବଦଳୀୟ ବୈଠକ ପରେ ଗୃହ ଚାଲିବା ନେଇ ରାସ୍ତା ବାହାରିଥିବା ଆଶା କରାଯାଉଥିଲା । କିନ୍ତୁ ମଙ୍ଗଳବାର ଗୃହ ଆରମ୍ଭରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଘଣ୍ଟ ଘଣ୍ଟା ବାଡେଇ ଗୃହ ମଧ୍ୟ ଭାଗକୁ ଆସି ପ୍ଲା-କାର୍ଡ ପ୍ରଦର୍ଶନ କରିଥିଲେ । ଗୃହ ମଧ୍ୟ ଭାଗରେ ପାଣି ଛିଞ୍ଚିଥିବା ଦେଖିଛି । ଯଦି ସମସ୍ତ ସଦସ୍ୟ ଗୃହ ଚାଲିବ ପାଇଁ ପ୍ରସ୍ତୁତ ନୁହଁନ୍ତି ସେଠାରେ କ’ଣ କରିବି । ବାଚସ୍ପତି ନାଚାର । ଗୃହରେ ବିଶୃଙ୍ଖଳା କଲେ କେତେକ ସଦସ୍ୟଙ୍କୁ ଦଣ୍ଡ ଦିଆଯାଇପାରିବ। ହେଲେ ସମସ୍ତ ସଦସ୍ୟ ବିଶୃଙ୍ଖଳିତ ଆଚରଣ କଲେ ସେଠାରେ କ’ଣ କରାଯାଇପାରିବ ବୋଲି ଅସହାୟ ପ୍ରକାଶ କରିଛନ୍ତି ବାଚସ୍ପତି ।