ଖାନନଗର ଠାରେ ନଦୀରେ ମିଶୁଛି ନଳା ପାଣି ମାମଲା

Jul 4, 2018 - 14:37
 178
କଟକ,୪ା୭(ସକାଳଖବର): କଟକ ସହରର ମୁଖ୍ୟ ନଳାର ପାଣିକୁ ବିଶୋଧନ କରାନଯାଇ କାଠଯୋଡ଼ି ନଦୀକୁ ଛଡାଯିବାକୁ ବିରୋଧ କରି ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ଦାୟର ମାମଲା ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଜବାବ ରଖିଛି । ତେବେ ସତ୍ୟପାଠ ମାଧ୍ୟମରେ ରଖାଯାଇଥିବା ଜବାବରେ ଓପିସିବି ପକ୍ଷରୁ ଦର୍ଶାଯାଇଛି ଯେ ମହାନଦୀର ଗୋଟିଏ ସ୍ଥାନ ଓ କାଠଯୋଡ଼ିର ଦୁଇଟି ସ୍ଥାନରେ ପ୍ରଦୂଷଣ ହେବା ନେଇ ସିଏମସିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ମତ୍ତଗଜପୁର ଠାରେ ନିର୍ମାଣଧିନ ବିଶୋଧନାଗାର ଦୁଇ ବର୍ଷ ଅର୍ଥାତ ୨୦୧୭ମସିହାରେ ପୂର୍ଣ୍ଣାଙ୍ଗ ହେବ । ଏହାପରେ ଆଉ ପ୍ରଦୂଷଣ ହେବନାହି । ମାତ୍ର ତାହାକୁ ସିଏମସି ପକ୍ଷରୁ କାର୍ଯ୍ୟକ୍ଷମ କରାଯାଇନଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି ।