ପୂର୍ବତନ ଉପ ନିଦେ୍ର୍ଧଶକଙ୍କ ଆଗୁଆ ଜାମିନ ଖାରଜ

Aug 27, 2018 - 19:25
 197
ପୂର୍ବତନ ଉପ ନିଦେ୍ର୍ଧଶକଙ୍କ ଆଗୁଆ ଜାମିନ ଖାରଜ
କଟକ,୨୭ା୮(ସକାଳଖବର): କଳାହାଣ୍ଡି ରେଞ୍ଜ ଭବାନୀପାଟଣା କୃଷି ବିଭାଗ ପୂର୍ବତନ ଉପ ନିଦେ୍ର୍ଧଶକ ତଥା ଆତ୍ମା ପ୍ରକଳ୍ପ ନିଦେ୍ର୍ଧଶକ ପ୍ରବାସୀ ସେଠୀଙ୍କ ଆଗୁଆ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଖାରଜ କରିଛନ୍ତି । ଭିଜିଲାନ୍ସ ପକ୍ଷରୁ ଷ୍ଟାଣ୍ଡିଂ କାଉନସେଲ ନିରଞ୍ଜନ ମହାରଣା ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬ ମସିହାରେ କଳାହାଣ୍ଡି ରେଞ୍ଜ ଭବାନୀପାଟଣା କୃଷି ବିଭାଗରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିଲା । ବରିଷ୍ଠ ଅଧିକାରୀଙ୍କ କୌଣସି ନିଦେ୍ର୍ଧଶନାମା ନଥାଇ ପୂର୍ବତନ ଉପ ନିଦେ୍ର୍ଧଶକ ତଥା ଆତ୍ମା ପ୍ରକଳ୍ପ ନିଦେ୍ର୍ଧଶକ ପ୍ରବାସୀ ସେଠୀ ୩.୪୬କୋଟି ଟଙ୍କାର କୃଷି ସାମଗ୍ରୀ କ୍ରୟ କରିଥିବା ଅଭିଯୋଗ ହୋଇଥିଲା