ସାଲେପୁର ନାବାଳିକା ମାମଲାରେ ସ୍ୱତନ୍ତ୍ର ପିପି ନିଯୁକ୍ତ

May 5, 2018 - 14:05
 160
କଟକ,୫ା୫(ସକାଳଖବର): ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଜ୍ୟ ସରକାର ଆଇନଜୀବୀ ଅକ୍ଷୟ ନାୟକଙ୍କୁ ସ୍ୱତନ୍ତ୍ର ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକୁ୍ୟଟର ଭାବେ ନିଯୁକ୍ତି ଦେଇଛନ୍ତି । ତୃତୀୟ ଅତିରକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋକ୍ସୋ କୋର୍ଟରେ ଶୁଣାଣି ହେବାକୁ ଥିବା ଏହି ମାମଲାରେ ସେ ପରିଚାଳନା କରିବେ । ସୂଚନା ଥାଉକି ଗତ ୨୧ରେ ସାଲେପୁର ଥାନା ଅର୍ନ୍ତଗତ ଜଗନ୍ନାଥପୁର ଗ୍ରାମର ଜଣେ ୬ ବର୍ଷୀୟ ନାବାଳିକାକୁ ଅତ୍ୟନ୍ତ ଅମାନବୀୟ ଭାବେ ବଳକ୍ରାର କରାଯାଇଥିଲା । ଏହାର ୮ ଦିନ ପରେ ପୀଡିତାଙ୍କ ମୃତୁ୍ୟ ଘଟିଥିଲା ।