ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଲାମ ସୁତ୍ରରେ ଦିଆଯିବ ପୋଖରୀ

Aug 22, 2018 - 07:56
 158
ଅନୁଗୋଳ , ୨୨/୮ (ସକାଳଖବର): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ସ୍ୱାବଲମ୍ବୀ କରିବା ନିମନ୍ତେ ପଞ୍ଚାୟତ ପୋଖରୀଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ନିଲାମ ସୂତ୍ରରେ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଅନୁଗୋଳ ଜିଲ୍ଳାରେ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ କାର୍ଯ୍ୟକାରୀ କରିବା ନିମନ୍ତେ ମତ୍ସବିଭାଗ ତରଫରୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦିଆଯାୁଛି । ଜିଲ୍ଲା ମତ୍ସ୍ୟ ବିଭାଗ ସ ପଞ୍ଚାୟତିରାଜ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଅନୀଲ କୁମାର ସାମଲ ଅଧ୍ୟକ୍ଷତା କରି ଆସନ୍ତା ୧ ମାସ ମଧ୍ୟରେ ନିଲାମ ନହୋେଇ ପଡ଼ି ରହିଥିବା ସମସ୍ତ ପୋଖରୀଗୁଡ଼ିକୁ ଚିହ୍ନଟ କରି ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଦେବାକୁ ପରାମର୍ଶ ଦେଇଛନ୍ତି । ମହିଳାମାନେ ସେମାନଙ୍କର ଜୀବିକା ଉପାର୍ଜନ ଭାବେ ଏହି ମତ୍ସ୍ୟପାଳନ ନିମନ୍ତେ ରିହାତି ପାଇ କିପରି ସ୍ୱାଲମ୍ବୀ ହୋଇପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ବିଶେଷ ଯତ୍ନବାନ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଅତିକମରେ ୧୦୦ଟି ପଞ୍ଚାୟତ ପୋଖରୀକୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ବର୍ଷ ପାଇଁ ଅଗ୍ରାଧିକାର ଭିତ୍ତିରେ ନିଲାମ ଦିଆଯିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୧ ହେକ୍ଟର ଯାଜାରେ ୧ଲକ୍ଷ ୫୦ ହଜାର ଟଙ୍କାରେ ପୋଖରୀ ଖୋଳେିଲେ ସରକାର ୯୦ ହଜାର ଟଙ୍କା ରିହାତି ଯୋଗାଇ ଦେଉଛନ୍ତି ।