ସ୍ୟାଟ ଭବିଷ୍ୟତ ସଂପର୍କରେ ଣୁଣାଣି ଜୁନ୍ ୨୧ରେ

May 17, 2018 - 14:42
 143
ସ୍ୟାଟ ଭବିଷ୍ୟତ ସଂପର୍କରେ ଣୁଣାଣି ଜୁନ୍ ୨୧ରେ
କଟକ,୧୭ା୫(ସକାଳଖବର): ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ) ଭବିଷ୍ୟତ ସଂପର୍କରେ କେନ୍ଦ୍ର ସରକାରଙ୍କ ପର୍ସୋନାଲ, ପବ୍ଲିକ ଗ୍ରିଭାନ୍ସ ଆଣ୍ଡ ପେନସନ ମନ୍ତ୍ରଣାଳୟ ଅଧିନରେ ଥିବା ପର୍ସୋନାଲ ଆଣ୍ଡ ଟ୍ରେନିଂ ବିଭାଗ(ଡିଓପିଟି) କଣ ପଦକ୍ଷେପ ନେଇଛି ସେ ସଂକ୍ରାନ୍ତରେ ଜବାବ ରଖିବା ପାଇଁ କେନ୍ଦ୍ର ସରକାର ମହଲତ ଲୋଡିଥିଲା । ଫଳରେ ଜଷ୍ଟିସ ଏସ ସି ପରିଜା ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ମାସ ୨୧ତାରିଖକୁ ଧାର୍ଯ୍ୟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଗତ ଏପ୍ରିଲ ମାସ ୧୨ତାରିଖରେ ରାଜ୍ୟ ସରକାର କୋର୍ଟରେ ଅତିରିକ୍ତ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ସ୍ୟାଟରେ ଫାଙ୍କା ଥିବା ସଦସ୍ୟ ପଦବି ପୂରଣ, କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ପରିବର୍ଦ୍ଧିତ ଓ ସ୍ୟାଟ ଉଚ୍ଛେଦ ସଂପର୍କୀତ ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପର୍ସୋନାଲ, ପବ୍ଲିକ ଗ୍ରିଭାନ୍ସ ଆଣ୍ଡ ପେନସନ ମନ୍ତ୍ରଣାଳୟ ଅଧିନରେ ଥିବା ପର୍ସୋନାଲ ଆଣ୍ଡ ଟ୍ରେନିଂ ବିଭାଗ(ଡିଓପିଟି)କୁ ପଠାଯାଇଛି । ଏହି ପ୍ରସ୍ତାବ ସେଠାରେ ବିଚାରଧିନ ଥିବାବେଳେ ଏହାର ନିକାଶ ପତ୍ର ଆସିଲେ, ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିରଜାପ୍ରସନ୍ନ ଶତପଥୀ, ଉଲ୍ଲାସ ଚନ୍ଦ୍ର ମହାନ୍ତି, ରବି ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି ।