ମିଦାସ ଟଚ ଆସେଟ୍ସ ଏମଡିଙ୍କ ଜାମିନ ଶୁଣାଣି ଶେଷ

May 17, 2018 - 14:43
 190
କଟକ,୧୭ା୫(ସକାଳଖବର): ମିଦାସ ଟଚ ଆସେଟ୍ସ ଆଣ୍ଡ ସିକୁ୍ୟରିଟି ଲିମିଟେଡ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ସୌଭାଗ୍ୟ କୁମାର ସାମଲଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମ କୋର୍ଟ ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି । ଏହି ସଂସ୍ଥା ଓଡ଼ିଶାରୁ ପ୍ରାୟ ୫୦କୋଟି ଟଙ୍କା ଠକେଇ କରିଥିଲା । ଏହି ଅଭିଯୋଗକ୍ରମେ ସିବିଆଇ ୨୦୧୬ ମସିହା ଜୁଲାଇ ୨୬ତାରିଖରେ ଅଭିଯୁକ୍ତକୁ ଗୁଜୁରାଟର ବରୋଦରା ଜିଲା ଗୋତ୍ରୀ ଅଞ୍ଚଳରୁ ଗିରଫ କରିଥିଲା ।