ବମିଖାଲ ଫ୍ଲାଏ ଓଭର ଦୁର୍ଘଟଣାର ଜବାବ ପାଇଁ ନିଦେ୍ର୍ଧଶ

May 10, 2018 - 14:16
 145
ବମିଖାଲ ଫ୍ଲାଏ ଓଭର ଦୁର୍ଘଟଣାର ଜବାବ ପାଇଁ ନିଦେ୍ର୍ଧଶ
କଟକ,୧୦ା୫(ସକାଳଖବର): ବମିଖାଲ ନିର୍ମାଣଧିନ ଫ୍ଲାଏ ଓଭର ବ୍ରିଜ ଭୁଶୁଡ଼ିବା ଘଟଣାରେ ପୃଥକ ଦୁଇଟି ଆବେଦନ ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଭିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠ ଉପରେ ପ୍ରତି ଜବାବ ରଖିବା ପାଇଁ ଆବେଦନକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗ୍ରୀଷ୍ମ ଅବକାଶ ପରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ପୂର୍ତ୍ତର୍ ବିଭାଗ ପକ୍ଷରୁ ଜବାବ ଦାଖଲ କରାଯାଇ ଦର୍ଶାଇଯାଇଥିଲା ଯେ ଏହି ଘଟଣାରେ ଦାୟିତ୍ୱରେ ଥିବା ନିର୍ବାହୀ ଯନ୍ତ୍ରୀ, ସହକାରୀ ଓ ଉପ ଯନ୍ତ୍ରୀଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ସେମାନଙ୍କୁ ନିଲମ୍ବିତ କରାଯାଇଥିବାବେଳେ ପୁଲିସ ମଧ୍ୟ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତେବେ ଏହି ଘଟଣାରେ ସରକାରଙ୍କ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇ ସେଥିରେ ଦୁଇ ଜଣ ଚିଫ ଇଂଜିନିୟରଙ୍କୁ ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଥିଲା । ତଦନ୍ତ କମିଟି ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିସାରିଛନ୍ତି ବୋଲି ଦାଖଲ ହୋଇଥିବା ଜବାବରେ ଦର୍ଶାଯାଇଥିଲା । ବ୍ରିଜ ଭୁଶୁଡିବା ନେଇ ନ୍ୟାସନାଲ ଲୟର୍ସ ଫୋରମ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା ।