କ୍ରସର ୟୁନିଟ ସଂପର୍କରେ ଜବାବ ମାଗିଲେ ହାଇକୋର୍ଟ

May 7, 2018 - 14:37
 150
କ୍ରସର ୟୁନିଟ ସଂପର୍କରେ ଜବାବ ମାଗିଲେ ହାଇକୋର୍ଟ
କଟକ,୭ା୫(ସକାଳଖବର): ଯାଜପୁର ଜିଲାରେ କ୍ରସର ୟୁନିଟକୁ ଏକ ସ୍ଥାନରେ ଏକତ୍ର ଭାବେ ବସାଇବା ପାଇଁ ସରକାରୀ ଅବହେଳା ନେଇ ହାଇକୋର୍ଟରେ ଦାୟର ମାମଲାରେ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ରାଜ୍ୟ ସରକାରଙ୍କ ରାଜସ୍ୱ ସଚିବ, ଇଡକୋ ଆଞ୍ଚଳିକ ପରିଚାଳକ, ଯାଜପୁର ଜିଲାପାଳ ଓ ଧର୍ମଶାଳା ତହସିଲଦାରଙ୍କୁ ନୋଟିସ ଜାରି କରିବା ସହ ଶ୍ରମିକମାନେ ରହୁଥିବା ଘରକୁ ଉଚ୍ଛେଦ କରାଯାଇପାରିବନାହି ବୋଲି କୋର୍ଟ ଅନ୍ତରୀଣ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଏ କ୍ଷେତ୍ରରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥିତାବତା ବଜାୟ ରଖିବା ସହ ମାମଲାର ଶୁଣାଣି ଗ୍ରୀଷ୍ମ ଅବକାଶ ପରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରବୋଧ ଚନ୍ଦ୍ର ନାୟକ ମାମଲା ପରିଚାଳନା କରୁଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଯାଜପୁର ଜିଲାରେ ୧୨୫ କ୍ରସର ୟୁନିଟ ସ୍ଥାପନା ହୋଇଛି । ଏହି କ୍ରସର ଶିଳ୍ପ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫୦ହଜାରୁ ଊଦ୍ଧ୍ୱର୍ ଲୋକ ଗୁଜୁରାଣ ମେଣ୍ଟାଉଛନ୍ତି । ତେବେ ପରିବେଶ ଦୃଷ୍ଟି କୋଣରୁ ପରିବେଶ ନିୟନ୍ତ୍ରଣ ପରିଷଦ ପଦକ୍ଷେପ ଗ୍ରହଣ କରି ଏହି କ୍ରସର ଶିଳ୍ପକୁ ବନ୍ଦ ନୋଟିସ ଜାରି କରିବା ପରେ ଅନେକ କ୍ରସରକୁ ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଥିଲା । ଫଳରେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ ପ୍ରଭାବ ପଡିଥିବାବେଳେ ସରକାରଙ୍କ ଅନେକ ଉନ୍ନୟନମୂଳକ କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା ।