ଷଷ୍ଠ ପର୍ଯାୟ ସତ୍ୟପାଠ ଯାଞ୍ଚ ଆରମ୍ଭ

Jul 24, 2018 - 20:12
 164
ଷଷ୍ଠ ପର୍ଯାୟ ସତ୍ୟପାଠ ଯାଞ୍ଚ ଆରମ୍ଭ
କଟକ,୨୪ ।୭(ବୁ୍ୟରୋ): ଚିଟଫଣ୍ଡ କମିସନ ଜଷ୍ଟିସ ମଦନ ମୋହନ ଦାସ ଆଜିଠୁ ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ୫ଲକ୍ଷ ୯୩ହଜାର ୧ଠାରୁ ୮ଲକ୍ଷ ୧୭ହଜାର ୨୫୩ ସତ୍ୟପାଠ ଯାଞ୍ଚ ହେବାକୁ ଥିବାବେଳେ କ୍ଷୁଦ୍ର ଜମାକାରୀ ପ୍ରସଙ୍ଗରେ ସି ସୋର ଓ ଅର୍ଥତତ୍ତ୍ୱ ଚିଟଫଣ୍ଡ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି କମିସନ । ସି ସୋର କମ୍ପାନୀର ୪ହଜାର ୨୨୯ଜମାକାରୀଙ୍କ ପ୍ରସଙ୍ଗରେ ଆସନ୍ତା ଅଗଷ୍ଟ ମାସ ୨୭ତାରିଖରେ ତଥ୍ୟ ରଖିବା ପାଇଁ ନୋଟିସ ହୋଇଥିବାବେଳେ ଅର୍ଥତତ୍ତ୍ୱ କମ୍ପାନୀର ୧୬୦୭ଜମାକାରୀ ପ୍ରସଙ୍ଗରେ ଆସନ୍ତା ଅଗଷ୍ଟ ମାସ ୨୮ତାରିଖରେ କମ୍ପାନୀ ମୁଖ୍ୟ କିମ୍ବା ଓକିଲ ମାଧ୍ୟମରେ ହାଜର ହୋଇ ଜବାବ ରଖିବା ପାଇଁ କମିସନ ଏହି ନୋଟିସରେ ଦର୍ଶାଇଛନ୍ତି ।