ସ୍କୁଟି ସର୍ଭିସିଙ୍ଗ ସାରି ଘରକୁ ଫେରୁଥିଲେ ଯୁବକ, ଟ୍ରକ୍‌ ଧକ୍କାରେ ମୃତ୍ୟୁ

Mar 26, 2023 - 10:18
 33
ସ୍କୁଟି ସର୍ଭିସିଙ୍ଗ ସାରି ଘରକୁ ଫେରୁଥିଲେ ଯୁବକ, ଟ୍ରକ୍‌ ଧକ୍କାରେ ମୃତ୍ୟୁ
ମେରାମଣ୍ଡଳୀ: ଢେଙ୍କାନାଳ ଜିଲ୍ଳା ଓଡ଼ାପଡା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ମେରାମଣ୍ଡଳୀ ବାଇପାସ ଛକ ଠାରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ମନୋଜ ମହାପାତ୍ର (୩୫)। ପ୍ରାପ୍ତ ସୂଚନା ଅନୁଯାୟୀ ଖଡ଼ଗପ୍ରସାଦ ଗ୍ରାମ ମନୋଜ ମହାପାତ୍ର ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ମେରାମଣ୍ଡଳୀ ବଜାରକୁ ନିଜ ସ୍କୁଟି ସର୍ଭିସଙ୍ଗି କରିବା ପାଇଁ ଆସିଥିଲେ ମାତ୍ର ସର୍ଭିସିଙ୍ଗ ସାରି ଆଳ୍ପ କେଇ ଦୂରତା ଯିବା ପରେ ଢେଙ୍କାନାଳ ପାର୍ଶ୍ଵରୁ ଆସିଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ କ୍ଷତିପୂରଣ ଓ ଟ୍ରକ୍‌ଚାଳକଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଦାବି ରାସ୍ତାରୋକ କରିଥିଲେ। ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କଲା ପରେ ଉତ୍ତେଜନା ହଟିଥିଲା। ପୁଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଓ ଟ୍ରକ୍‌ ଜବତ କରିଛି। ଟ୍ରକ୍‌ ଚାଳକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।