ପଣ୍ଡା ଇନଫ୍ରା ମାମଲା

May 31, 2018 - 06:28
 190
ପଣ୍ଡା ଇନଫ୍ରା ମାମଲା
କଟକ,୩୧ ।୫(ସକାଳଖବର): ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ ସଂସ୍ଥାର ପିଟିସନ ଉପରେ ହାଇକୋର୍ଟ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସରକାରଙ୍କ ପକ୍ଷରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ପ୍ରଥମେ ଉତ୍ତର ରଖିବାକୁ କୋର୍ଟ ନିଦେ୍ର୍ଧଶ ଦେଇ ମାମଲାରେ ଅନ୍ତ ଘଟାଇଛନ୍ତି । ତେବେ ସରକାର ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଆବେଦନକାରୀଙ୍କୁ ପକ୍ଷ ରଖିବା ପାଇଁ ସୁଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ସରକାରଙ୍କ ପକ୍ଷରୁ ଏଜିଏ ବିକ୍ରମ ସେନାପତି ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ବମିଖାଲ ରୋଡ ଓଭର ବ୍ରିଜ କାମ ଚାଲୁଥିବାବେଳେ ମେ ମାସ ୩ତାରିଖରେ ଏକ ଅଂଶ ଭୁଶୁଡିପଡିଥିଲା । ଫଳରେ ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଥିଲା ଓ ଆଉ ଜଣେ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ସଂସ୍ଥାର ମାଲିକ ପ୍ରତାପ ପଣ୍ଡାଙ୍କୁ ପୁଲିସ ମେ ମାସ ୪ତାରିଖରେ ଗିରଫ କରିଥିଲା ।