ଭାରତ ଅନ୍ତର୍ଜାତୀୟ ସିଏସ୍ଆର୍ ସେ୧ଳନ ଜେଏସ୍ପିଏଲ୍ ଫାଉଣ୍ଡେଶନକୁ ସିଏସ୍ଆର୍ ଉକ୍ରର୍ଷ ୨୦୧୮ ସ୧ାନ

May 15, 2018 - 13:20
 151
ଭାରତ ଅନ୍ତର୍ଜାତୀୟ ସିଏସ୍ଆର୍ ସେ୧ଳନ ଜେଏସ୍ପିଏଲ୍ ଫାଉଣ୍ଡେଶନକୁ ସିଏସ୍ଆର୍ ଉକ୍ରର୍ଷ ୨୦୧୮ ସ୧ାନ
ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିଟେଡ୍ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଅଂଶ ଜେଏସ୍ପିଏଲ୍ ଫାଉଣ୍ଡେଶନକୁ ୨୦୧୮ ପାଇଁ ସିଏସ୍ଆର୍ ଉକ୍ରର୍ଷ ସ୧ାନ ପ୍ରଦାନ କରାଯାଇଛିା ଓପି ଜିନ୍ଦଲ କମ୍ୟୁନିଟି କଲେଜ ମାଧ୍ୟମରେ ଓଡିଶା, ଝାରଖଣ୍ଡ ଓ ଛତିଶଗଡରେ କୌଶଳ ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜେଏସ୍ପିଏଲ୍ ଫାଉଣ୍ଡେଶନକୁ ଏହି ଉକ୍ରର୍ଷ ସ୧ାନ ପ୍ରଦାନ କରାଯାଇଛି । ଏହି ଅବସରରେ ଜେଏସ୍ପିଏଲ୍ ଫାଉଣ୍ଡେଶନର ସହ-ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲ କହିଛନ୍ତି, ସମାଜରେ ସ୍ଥାୟୀ ବିକାଶ ଏବଂ ଦେଶ ଗଠନ ନିମନ୍ତେ କୌଶଳ ବିକାଶ ଗୁରୁତ୍ୱପୂର୍ଣ୍ଣ । ଓପି ଜିନ୍ଦଲ କମ୍ୟୁନିଟି କଲେଜ ମାଧ୍ୟମରେ ଯୁବଗୋଷ୍ଠିମାନଙ୍କ କୌଶଳ ବିକାଶ ଏବଂ ମହିଳା ଓ ଗ୍ରାମ୍ୟ କଳାକାର ମାନଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ ଜେଏସ୍ପିଏଲ୍ ଫାଉଣ୍ଡେଶନ କାର୍ଯ୍ୟ କରିଆସୁଛି । ଏହି ସ୧ାନ ନିମନ୍ତେ ସେ ଓପି ଜିନ୍ଦଲ କମ୍ୟୁନିଟି କଲେଜ ଏବଂ ସିଏସଆର ଟିମକୁ ସେ ଅଭିନନନ୍ଦନ ଜଣାଇଥିଲେ । ଜେଏସ୍ପିଏଲ୍ ଫାଉଣ୍ଡେଶନର ସଷ୍ଟେନେବିଲିଟି ଅଫିସର ଶ୍ରୀଯୁକ୍ତ ଶାହିଲ ଗୋଏଲ କେନ୍ଦ୍ର ଉପôାଦଶୁଳ୍କ ବିଭାଗର ଅତିରିକ୍ତ ମହାନିଦେ୍ର୍ଧଶକ ମହେନ୍ଦ୍ର ରାଙ୍ଗାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ଉଦୈ୍ୟକ୍ତା ଶ୍ରୀଯୁକ୍ତ ରମେଶ ଅଗ୍ରୱାଲ, ପ୍ରତିରକ୍ଷା ମବଣାଳୟ ଯୁଗ୍ମ ସଚିବ ତଥା ଅତିରିକ୍ତ ବିତ• ପରାମର୍ଶଦାତା ସୁବିର ମଲ୍ଲିକ୍ (ଆଇଏ ଆଣ୍ଡ୍ ଏଏସ୍) ଏବଂ ଅନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିଲେ । ଯୁବଗୋଷ୍ଠିମାନଙ୍କ କୌଶଳ ବିକାଶ ନିମନ୍ତେ ଜେଏସ୍ପିଏଲ୍ ଫାଉଣ୍ଡେସନ ଓଡିଶା, ଝାରଖଣ୍ଡ ଏବଂ ଛତିଶଗଡରେ ୫ଟି ଓପି ଜିନ୍ଦଲ କମ୍ୟୁନିଟି କଲେଜ ପ୍ରତିଷ୍ଠା କରିଛି । ଏହି ଅନୁଷ୍ଠାନ ଗୁଡିକରେ ଭାରତବର୍ଷରେ ୧୧ ଲକ୍ଷରୁ ଅଧିକ ଯୁବକ/ଯୁବତୀ ତାଲିମ ପାଇ ନିଜ ଜୀବିକା ଅର୍ଜନ କରୁଛନ୍ତି । ଏମାନଙ୍କ ମଧ୍ୟରେ ୨୭୦୦୦ ରୁ ଅଧିକ ଓଡିଶାର । ଏହା ସହିତ, ସିଲାଇ, ଧୂପକାଠି ନିର୍ମାଣ, କୃଷି ଓ ଅନ୍ୟାନ୍ୟ ଔଦୋଗିକ ବିକାଶ ଆଦି କ୍ଷେତ୍ରରେ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଜେଏସ୍ପିଏଲ୍ ଫାଉଣ୍ଡେସନ ଆୟୋଜନ କରିଥାଏ । କୌଶଳ ବିକାଶ କ୍ଷେତ୍ରରେ ଏହି ପୁରସ୍କାର ନିମନ୍ତେ ଜେଏସ୍ପିଏଲ୍ ଫାଉଣ୍ଡେଶନର କାର୍ଯ୍ୟକୁ ପ୍ରଶଂସା କରି ଜେଏସପିଏଲର କାର୍ଯ୍ୟକାରୀ ଉପସଭାପତି ତଥା ଗ୍ରୁପ୍ ସିଏସଆର ମୂଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା କହିଥିଲେ ଯେ, କୌଶଳ ବିକାଶ କ୍ଷେତ୍ରରେ ଜେଏସ୍ପିଏଲ୍ ଫାଉଣ୍ଡେଶନର କାର୍ଯ୍ୟ ଅନ୍ୟମାନଙ୍କ ନିମନ୍ତେ ଉଦାହରଣ ।