୨୦୧୮ ଏପ୍ରିଲରେ ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ର ୧୩.୬୧ ଲକ୍ଷ ଟନ୍ ଅଶୋଧିତ ଇସ୍ପାତ ଉପôାଦନ

May 15, 2018 - 13:29
 135
୨୦୧୮ ଏପ୍ରିଲରେ ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ର ୧୩.୬୧ ଲକ୍ଷ  ଟନ୍ ଅଶୋଧିତ ଇସ୍ପାତ ଉପôାଦନ
୨୦୧୮ ଏପ୍ରିଲରେ ୧୩.୬୧ ଲକ୍ଷ ଟନ୍ ଅଶୋଧିତ ଇସ୍ପାତ ଉପôାଦନ କରିଥିବା ନେଇ ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ ଏକ ରିପୋର୍ଟରେ ପ୍ରକାଶ କରିଛି । ପୂର୍ବ ବର୍ଷର ଏହି ମାସର ଅଶୋଧିତ ଇସ୍ପାତ ଉପôାଦନ ତୁଳନାରେ ଏହା ୬% ଅଧିକ । ଇସ୍ପାତ, ଶକ୍ତି, ଭିତିଭୂମି, ସିମେଂଟ୍ ଓ ଜେଏସ୍ଡବ୍ଲୁ୍ୟ ଭେଂଚର୍ରେ ନିଜର ଉପସ୍ଥିତି ଜାହିର କରିଥିବା ଜେଏସ୍ଡବ୍ଲୁ୍ୟ ଗ୍ରୁପ୍ର ଅଂଶବିଶେଷ ହେଉଛି ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ । ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ ଭାରତର ଏକ ପ୍ରମୁଖ ସମନ୍ୱିତ ଇସ୍ପାତ କମ୍ପାନି । ଏହାର ମୋଟ୍ ଇସ୍ପାତ ଉପôାଦନ କ୍ଷମତା ବାର୍ଷିକ ୧୮ ନିୟୁତ ଟନ୍ । ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ର ବିଜୟନଗର ଇସ୍ପାତ ପ୍ଲାଂଟ୍ ଦେଶର ଏକ ସର୍ବବୃହତ ଇସ୍ପାତ ଉପôାଦନକାରୀ କାରଖାନା ଏବଂ ଏହାର ଉପôାଦନ କ୍ଷମତା ବାର୍ଷିକ ୧୨ ନିୟୁତ ଟନ୍ । କୋରେକ୍ସ ଓ ବ୍ଲାଷ୍ଟ ଫର୍ଣ୍ଣେସ୍ ଟେକ୍ନୋଲୋଜି ବ୍ୟବହାର କରି ଜେଏସ୍ଡବ୍ଲୁ୍ୟ ଷ୍ଟିଲ୍ ସମ୍ପୂର୍ଣ୍ଣ ଫ୍ଲାଟ୍ ଓ ଲଙ୍ଗ୍ ଷ୍ଟିଲ୍ ରେଂଜ୍ର ଇସ୍ପାତ ଉପôାଦ ନିର୍ମାଣ କରୁଛି ।