ବିଶ୍ୱ କର୍କଟ ଦିବସ: କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆପୋଲୋ ହସ୍ପିଟାଲ ଦ୍ୱାରା ସାଇକ୍ଲୋଥନ୍ ଆୟୋଜନ

Feb 4, 2021 - 07:32
 158
ବିଶ୍ୱ କର୍କଟ ଦିବସ: କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆପୋଲୋ ହସ୍ପିଟାଲ ଦ୍ୱାରା ସାଇକ୍ଲୋଥନ୍ ଆୟୋଜନ
ଭୁବନେଶ୍ୱର(ସକାଳଖବର): ୦୪/୨୦୨୧:ଓଡିଶାର ଅଗ୍ରଣୀ ମଲ୍ଟିସ୍ପେସିଆଲିଟି ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନ ଆପୋଲୋ ହସ୍ପିଟାଲ ବିଶ୍ୱ କର୍କଟ ଦିବସ ଅବସରରେ, କର୍କଟ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏକ ମେଗା ସାଇକ୍ଲୋଥନ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଆପୋଲୋ ହସପିଟାଲ୍ ଏଣ୍ଟରପ୍ରାଇଜ୍ ଲିମିଟେଡ୍ ର ଆଞ୍ଚଳିକ ସିଇଓ ସୁଧୀର ଏମ୍ ଦିଗୀକର୍ ପତାକା ଦେଖାଇ ଏହି ସାଇକ୍ଲୋଥନ୍ ର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍ ସର୍ଭିସେସ୍ ନିର୍ଦ୍ଦେଶକ ଡକ୍ଟର ଆଶିଷ ଚନ୍ଦ୍ର, କର୍କଟ ରୋଗରୁ ଆରୋଗ୍ୟ ଲାଭ କରିଥିବା ତଥା ଆୱାକେନର ପ୍ରତିଷ୍ଠାତା ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ସ୍ଵାଗତିକା ଆଚାର୍ଯ୍ୟ, ଟାଟା କନସଲଟାନ୍ସି ସର୍ଭିସେସ୍ ର ଭୁବନେଶ୍ୱର ଡେଲିଭେରି ସେଣ୍ଟର ମୁଖ୍ୟ ଶ୍ରୀମତୀ ସରିତା ମିଶ୍ର, ଏବଂ ବିଶିଷ୍ଟ ଅଭିନେତା ତଥା ସମାଜସେବୀ ଶ୍ରୀ ସାବ୍ୟାସାଚି ମିଶ୍ର ଉପସ୍ଥିତ ଥିଲେ । ଏହି ସାଇକ୍ଲୋଥନରେ ୨୦୦ ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇ କର୍କଟ ରୋଗର ନିରାକରଣ, ଯତ୍ନ ଏବଂ ଚିକିତ୍ସା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରାୟ ୧୫ କିଲୋମିଟର ଯାତ୍ରା କରିଥିଲେ। "କର୍କଟ ରୋଗର ଚିକିତ୍ସା ଏକ ଜରୁରୀ ସ୍ୱାସ୍ଥ୍ୟସେବା ଆବଶ୍ୟକତା ମଧ୍ୟରୁ ଗୋଟିଏ । ଭୁବନେଶ୍ୱରର ଆପୋଲୋ କର୍କଟ କେନ୍ଦ୍ର ଓଡିଶାର ଲୋକମାନଙ୍କ ପାଇଁ ଉପଯୁକ୍ତ ମୂଲ୍ୟରେ କର୍କଟ ରୋଗର ଚିକିତ୍ସା ଯୋଗାଇଦେବାକୁ ଏହା ଏକ ଉପଯୁକ୍ତ ଅନୁଷ୍ଠାନ ହୋଇପାରିଛି । ଯେହେତୁ ସଚେତନତା ହେଉଛି ରୋଗ ପ୍ରତିରୋଧର ପ୍ରଥମ ପଦକ୍ଷେପ, ମୁଁ ଆଶା କରୁଛି ଆଜି ଆୟୋଜିତ ଏହି ସାଇକ୍ଲୋଥନ୍ ଏବଂ ଅନ୍ୟାନ୍ୟ ଜନସଚେତନତା କାର୍ଯ୍ୟକ୍ରମ କର୍କଟ ରୋଗର ପ୍ରତିରୋଧ, ଯତ୍ନ ଏବଂ ଚିକିତ୍ସା ବିଷୟରେ ଲୋକଙ୍କୁ ଶିକ୍ଷା ଦେବାରେ ସହାୟକ ହେବ ବୋଲି ଆଞ୍ଚଳିକ ସିଇଓ ଶ୍ରୀ ସୁଧୀର ଏମ୍ ଦିଗୀକର୍ କହିଛନ୍ତି। ଶୀଘ୍ର ଚିହ୍ନଟ ଏବଂ ଉନ୍ନତ ଚିକିତ୍ସାରେ ସାହାଯ୍ୟକାରୀ କର୍କଟ ସ୍କ୍ରିନିଂ ପାଇଁ ସେ ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଲଞ୍ଚ କରିଥିଲେ ଢ ସେ ଆହୁରି ମଧ୍ୟ କହି ଥିଲେ ଯେ ଯେଉଁମାନେ ସେମାନଙ୍କର ସ୍କ୍ରିନିଂକୁ ଅତି ସୁଲଭ ମୂଲ୍ୟରେ କରିବାକୁ ଚାହୁଁଛନ୍ତି ସେମାନଙ୍କ ନିମନ୍ତେ ଏହି ସ୍ୱତନ୍ତ୍ର ପ୍ୟାକେଜ ସହାୟକ ହେବ । ଓଡ଼ିଶା ଏବଂ ପଡୋଶୀ ରାଜ୍ୟ ମାନଙ୍କୁ ଗୁଣାତ୍ମକ ତଥା ବ୍ୟାପକ କର୍କଟ ଚିକିତ୍ସା ଯୋଗାଇବା ପାଇଁ ସମସ୍ତ ଆଧୁନିକ ଯନ୍ତ୍ରପାତି, ପ୍ରଯୁକ୍ତିବିଦ୍ୟା, କ୍ଲିନିକାଲ ବିଶେଷଜ୍ଞ ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ସହିତ ଆପୋଲୋ କର୍କଟ କେନ୍ଦ୍ରରେ ସୁଦୃଢ଼ ଭିତ୍ତିଭୂମି ରହିଛି। ପ୍ରତିବର୍ଷ, ଫେବୃଆରୀ ୪ ତାରିଖ ଦିନ ବିଶ୍ୱ କର୍କଟ ଦିବସ ଭାବରେ ପାଳନ କରାଯାଏ ଏବଂ ଏହି ବର୍ଷର ବିଷୟବସ୍ତୁ ହେଉଛି “ଟୁଗେଦର୍, ଅଲ ଆୱାର ଆକ୍ସନ ମ୍ୟାଟର” ଢ ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆପୋଲୋ ହସ୍ପିଟାଲ୍ ମଧ୍ୟ ଏକ ଅନଲାଇନ୍ ଚିତ୍ରାଙ୍କନ ଏବଂ ରଙ୍ଗ ପ୍ରତିଯୋଗିତା, ପ୍ରବନ୍ଧ ଲେଖା ପ୍ରତିଯୋଗିତା ଏବଂ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରିଥିଲା ଢ ଗତ ୭ ଜାନୁୟାରୀରୁ ୨ ଫେବୃଆରୀ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ୭ ରୁ ୧୮ ବର୍ଷ ବୟସର ଛାତ୍ରମାନେ ଅଂଶଗ୍ରହଣ କରିଥିଲେ ଢ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ବର୍ଗର ବିଜେତାମାନଙ୍କୁ ପୁରସ୍କାର ଏବଂ ସ୍ୱୀକୃତି ପତ୍ର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଆପୋଲୋ ହସ୍ପିଟାଲ ପକ୍ଷରୁ ତାର କ୍ୟାମ୍ପସରେ, ନୃତ୍ୟ ନାଟକ ଏବଂ ରନ୍ଧନ ଶୋଦର ଆୟୋଜନ କରିଥିଲା ଢ କର୍କଟ ରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ହସ୍ପିଟାଲର ପରାମର୍ଶଦାତାମାନଙ୍କ ସହିତ ଅପରାହ୍ନରେ ଆୟୋଜିତ ଏକ ଟକ୍ ସୋଦରେ ସେମାନଙ୍କର କାହାଣୀ ବର୍ଣ୍ଣନ କରିଥିଲେ ଢ ବିଶିଷ୍ଟ ଡାକ୍ତର, ଶିକ୍ଷାବିତ୍ ତଥା କର୍ପୋରେଟ୍ ନେତାମାନଙ୍କୁ ନେଇ ଏକ ଏକ କାର୍ଯ୍ୟକ୍ରମରେ ଜଙ୍କ ଫୁଡ୍ କାରଣରୁ ସ୍ତନ କର୍କଟ ଏବଂ ପେଟ କର୍କଟ ରୋଗର ବିପଦ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।