ସାମ୍ବାଦିକ ସାମ୍ବାଦିକ ହତ୍ୟା ମାମଲାରେ ଜାମିନ ଖାରଜ

May 3, 2018 - 14:53
 192
ସାମ୍ବାଦିକ ସାମ୍ବାଦିକ ହତ୍ୟା ମାମଲାରେ ଜାମିନ ଖାରଜ
କଟକ,୩ା୫(ସକାଳଖବର): ଗଞ୍ଜାମ ଜିଲାର ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଅଭିଯୁକ୍ତ ଶିବରାମ ନାୟକ ଓରଫ ଲୁଲୁଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଖାରଜ କରିଛନ୍ତି । ତେବେ ସୁପ୍ରିମ କୋର୍ଟଙ୍କ ନିଦେ୍ର୍ଧଶ ଅନୁସାରେ ନିମ୍ନ ଅଦାଲତରେ ଜାମିନ ଆବେଦନ କରିବେ ବୋଲି ଆବେଦନକାରୀଙ୍କୁ ହାଇକୋର୍ଟ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ କରୁଣାକର ନାୟକ ମାମଲା ପରିଚାଳନା କରୁଥିଲେ । ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪, ମେ ମାସ ୨୭ତାରିଖରେ ସାମ୍ବାଦିକ ଆଚାର୍ଯ୍ୟ ଏକ ବାଇକରେ ନିଜ ଗାଁ ବିକ୍ରମପୁରକୁ ଫେରୁଥିବାବେଳେ ଖଲ୍ଲିକୋଟ ଅବକାରୀ ଅଫିସ ପାଖରେ କିଛି ଅପରାଧି ତାଙ୍କୁ ଏକ ଛୁରୀରେ ମିଳିତ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ । ଏହି ଅଭିଯୋଗରେ ପୁଲିସ ଅଭିଯୁକ୍ତ ଶିବରାମ ନାୟକଙ୍କୁ ଅକ୍ଟୋବର ମାସ ୬ତାରିଖରେ ଆଇପିସି ୩୦୨, ୧୨୦-ବି ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ପୂର୍ବରୁ ୨ଥର ଖାରଜ କରିଥିବାବେଳେ ସେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ନିମ୍ନ ଅଦାଲତରେ ଜାମିନ ଆବେଦନ କରିବା ପାଇଁ ସୁପ୍ରିମ କୋର୍ଟ ନିଦେ୍ର୍ଧଶ ଦେଇଥିଲେ ।