ଅନୁଗୋଳରେ ଆନ୍ତର୍ଜାତିକ ପର୍ବତ ଦିବସ

Dec 11, 2018 - 16:06
 184
ଅନୁଗୋଳ,୧୧/୧୨(ସକାଳଖବର): ପାହାଡ଼ ଆଦିମ ସଭ୍ୟତାର ଆଦିଭୂମି ହୋଇଥିବା ବେଳେ ସଂସ୍କୃତି, ଆଧ୍ୟାତ୍ମିକ, ପ୍ରକୃତି, ପରିବେଶ ସହିତ ବାସସ୍ଥଳୀ, ବନୈଷଧି, କୃଷି, ଖାଦ୍ୟ ଓ ଜଳର ପ୍ରାକୃତିକ ଅଫୁରନ୍ତ ଉତ୍ସ । ପାହାଡ଼ ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତାର ଗନ୍ତାଘର ହୋଇଥିବାବେଳେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷା ପାଇଁ ମାନବସମ୍ବଳ ସଚେତନ ହେବା ଆବଶ୍ୟକ ବୋଲି ଆନ୍ତର୍ଜାତିକ ପର୍ବତ ଦିବସ ପାଳନ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି ଉଦ୍ୟମରେ ଅନୁଗୋଳର ନେଚର ହାଉସଠାରେ ଆନ୍ତର୍ଜାତିକ ପର୍ବତ ଦିବସ ପାଳନ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ସଚେତନତା ବୈଠକରେ ବିୟୁଜ ଅନୁଷ୍ଠାନର ମୁଖ୍ୟ ପ୍ରସନ୍ନ କୁମାର ବେହେରା ଅଧ୍ୟକ୍ଷତା କରିଥିବାବେଳେ ଅମର କୁମାର ଦାଶ, ବିଜୟ କୁମାର ଜେନା, କୋଠଭୂଇଁ ଜୈବ ବିବିଧତା ପରିଚାଳନା ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇ ପାହାଡ଼ର ଭୂମିକା, ଆସୁଥିବା ବିପଦ ଓ ପ୍ରତିକାର ସମ୍ବନ୍ଧରେ ଆଲୋଚନା କରିଥିଲେ । ବାବିନ୍ଦ୍ର ନହରା, ପ୍ରଭାକର ସାସମଲ, ପ୍ରୀତିନନ୍ଦା ସାହୁ, ମହେଶ ବେହେରା ପ୍ରମୂଖ ଆଲୋଚନାରେ ଅଂଶଗ୍ରହଣ କରିଥିବାବେଳେ ପ୍ରିୟତମା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ନିୟୁଜ ଅନୁଷ୍ଠାାନର ପ୍ରିୟବ୍ରତ ବେହେରା, ଛବିଳ ବେହେରା, ସୁବ୍ରତ କୁମାର ପ୍ରଧାନ, ଚନ୍ଦନ କୁମାର ନାଏକ, ପ୍ରଣୟ ମହାପାତ୍ର ପ୍ରମୂଖ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ।