କଟକ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈ÷ଠକ ଅନୁଷ୍ଠିତ
କଟକ ତା୨୫.୦୫(ସକାଳଖବର): କଟକ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈ÷ଠକ-୨୦୧୮ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ଭାବ୍ୟ ବନ୍ୟା, ବାତ୍ୟା କିମ୍ବା ମରୁଡି ପରିସ୍ଥିତି ସୃଷ୍ଟିକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଉପରେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବହୁମୁଖୀ ବନ୍ୟା–ବାତ୍ୟା ଆଶ୍ରୟ ସ୍ଥଳୀରେ ଶୋ÷÷ଚାଳୟ, ପାନୀୟ ଜଳ ଓ ବିଦ୍ୟୁତ୍ ବ୍ୟବସ୍ଥାକୁ ନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ମୋ÷÷ସୁମୀ ପୂର୍ବରୁ ବିଡିଓମାନେ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କ ସହାୟତାରେ ପଂଚାୟତ ୱାରୀ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ପରିଚାଳନା ପାଇଁ ଟିମ୍ ଗଠନ କରି ଜିଲ୍ଲା କାର୍ଯ୍ୟାଳୟକୁ ଜଣାଇବାକୁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ସମ୍ଭାବ୍ୟ ବନ୍ୟା-ବାତ୍ୟାର ମୁକାବିଲା କରିବା ପାଇଁ ଜିଲ୍ଲା କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ ( ୦୬୭୧-୨୫୦୭୮୪୨) ମାର୍ଚ୍ଚ ମାସ ପହିଲାରୁ କାର୍ଯ୍ୟ କରୁଛି । ଅନୁରୂୁପ ଭାବେ ସମସ୍ତ ଉପ ଜିଲ୍ଲାପାଳ , ତହସିଲ, ବ୍ଲକ କାର୍ଯ୍ୟାଳୟ ସହିତ ସଂପୃକ୍ତ ବିଭାଗରେ କଣ୍ର୍ଟୋଲ ରୁମ୍ କାର୍ଯ୍ୟ କରିବା ସହ ସେମାନେ ନିଜ ନିଜ ମଧ୍ୟରେ ଦୁରଭାଷ ନମ୍ବର ପରସ୍ପରକୁ ଜଣାଇ ଜିଲ୍ଲା କାର୍ଯ୍ୟାଳୟକୁ ମଧ୍ୟ ଜଣାଇବାକୁ ବୈ÷ଠକରେ ନିଦେ୍ର୍ଧଶ ଦିଆଯାଇଛି ।
ପ୍ରକାଶ ଥାଉକି, ଜିଲ୍ଲାରେ ବିଭିନ୍ନ ଜଳ ସେଚନ ବିଭାଜନ ଅନ୍ତର୍ଗତ ମହାନଦୀ-ଉତରରେ ଟାଙ୍ଗୀ-ଚୋ÷÷ଦ୍ୱାର ବ୍ଲକର ଟିଟୁଆ ଓ କେଶରପୁର, ପ୍ରାଚୀ ଜଳ ସେଚନ ଅଧିନରେ ନିଆଳି ବ୍ଲକର ବାବଜା, ଦହିଜଙ୍ଗା, କାନପୁର, ବାଲିକୁଦା, କଣ୍ଟିଶାଳ, ଶିଖର ସ୍ୱୁଇସ୍, ବଢେଇ ସାହି, ଏରଡ, ଗଳଦରୀ ଏବଂ ଏରଡ ସ୍ଲୁଇସ୍ ଦୁର୍ବଳ ଓ କ୍ଷତି ସମ୍ଭାବ୍ୟ ଆଡିବନ୍ଧ ଚିହ୍ନଟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଦୁର୍ବଳ ନଦୀବନ୍ଧର ଉଚ୍ଚତା ବୃଦ୍ଧି ଓ ସୁଦୃଢୀକରଣ ସମ୍ବନ୍ଧରେ ତଥ୍ୟ ପ୍ରଦାନ ପାଇଁ ବିଭିନ୍ନ ଜଳ ସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ତହସିଲଦାର ଓ ବିଡିଓମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସଦର ଉପ ଜିଲ୍ଲାପାଳ ଓ ସଂପୃକ୍ତ ତହସିଲଦାରମାନେ ଏହି ସବୁ ଦୁର୍ବଳ ନଦୀବନ୍ଧଗୁଡିକ ପରିଦର୍ଶନ କରି ସେସବୁକୁ ମୋ÷÷ସୁମୀ ବର୍ଷା ପୂର୍ବରୁ ନିର୍ବାହୀ ଯନ୍ତ୍ରୀମାନେ ମରାମତି ପୂର୍ବକ ସେହି ସବୁ ସ୍ଥାନରେ ଯଥେଷ୍ଟ ସଂଖ୍ୟକ ବାଲିବସ୍ତା ଆଦି ମହଜୁଦ ରଖିବା ସଂପର୍କରେ ନିଶ୍ଚିତ କରାଇବାକୁ ନିଦେ୍ର୍ଧଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟରେ ୨୬ଟି ପାୱାର ବୋଟ ନିୟୋଜିତ ହେବ । କିନ୍ତୁ ୬୬ଟି ଅଧିକ ବୋଟ ଆବଶ୍ୟକ ଥିବା ସ୍ଥଳେ ବନ୍ୟା ସମୟରେ ମହଜୁଦ୍ ଥିବା ସ୍ଥାନରୁ ସେସବୁକୁ ଅଣାଯିବ ବୋଲି ବୈ÷ଠକରୁ ଜଣାଯାଇଛି । ଯେଉଁଠାରେ ପାୱାର ବୋଟ୍ ଚଳନ କ୍ଷମ ପାଇଁ ଅସୁବିଧା ରହିଛି, ଏ ଦିଗରେ ସଂପୃକ୍ତ ବିଡିଓମାନେ ରାଜ୍ୟ ପୋର୍ଟଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରି ସେସବୁକୁ ମରାମତି କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ଜିଲ୍ଲାରେ ୨୧ଟି ଦେଶୀ ଡଙ୍ଗା ଥିବା ସ୍ଥଳେ ଆଉ ୧୪୭ଟିର ଆବଶ୍ୟକତା ରହିଛି । ସେଗୁଡିକୁ ମଧ୍ୟ ଆବଶ୍ୟକ ସ୍ଥଳେ ଜିଲ୍ଲା ଜରୁରୀ ବିଭାଗ ଉପଲବ୍ଧ ସ୍ଥାନରୁ ଅଣାଇବେ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚୁଡା, କିରୋସିନି ଆଦି ତୁରନ୍ତ ପହଁଚି ହେଉନ ଥିବା ଅଂଚଳରେ ୨ ମାସର ଅଗ୍ରୀମ ଆବଣ୍ଟନ କରାଯିବ । ପ୍ରାକୃତିକ ଦୁର୍ବିପାକ ନ ଘଟିରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସେସବୁକୁ ଉପଯୋଗ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ବୈ÷ଠକରେ ପ୍ରକାଶ କରିଛନ୍ତି । ଏଥିସହ ପ୍ରାକୃତିକ ଦୁର୍ବିପାକକୁ ଦୃଷ୍ଟିରେ ରଖି କଟକ ମାଲଗୋଦାମରେ ଯେପରି ଯଥେଷ୍ଟ ପରିମାଣରେ ଚୂଡା ଓ ଗୁଡ ମଧ୍ୟ ଉପଲବ୍ଧ ରହେ, ସେଥିପ୍ରତି ଜିଲ୍ଲା ଯୋଗାଣ ଅଧିକାରୀ ନିଶ୍ଚିତ କରିବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଜିଲ୍ଲାରେ ୬ଟି ବହୁ ମୁଖୀ ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳୀ ଥିବା ସ୍ଥଳେ ନିର୍ମିାଣାଧିନ ଥିବା ଗ୍ରାମ୍ୟ ଉନ୍ନୟନ ଖଣ୍ଡ-୧ ଓ ୨ ଅଧିନସ୍ଥ ଅବଶିଷ୍ଟ ୨୧ଟି ବାତ୍ୟା ଆଶ୍ରୟ ସ୍ଥଳକୁ ସବୁ ଦିଗରୁ ପ୍ରସ୍ତୁତ କରି ମୋ÷÷ସୁମୀ ପୂର୍ବରୁ ପରିଚାଳନା କମିଟି ଗଠନ ପୂର୍ବକ ପ୍ରଶାସନକୁ ହସ୍ତାନ୍ତର କରିବାକୁ ଜିଲ୍ଲାପାଳ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ଜିଲ୍ଲାରେ ଥିବା ୨୫୪ଟି ବିଦ୍ୟାଳୟକୁ ଜରୁରୀ ସ୍ଥିତିରେ ବନ୍ୟା-ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ସ୍ଥାନାନ୍ତରଣ ବେଳେ ନିୟୋଜନ କରାଯିବାକୁ ଥିବା ସ୍ଥଳେ ତନ୍ମଧ୍ୟରୁ ୪୭ ଟି ଭଗ୍ନପ୍ରାୟ ଓ ୬୯ଟି ମରାମତି ଯୋଗ୍ୟ ଥିବା ବୈ÷ଠକରେ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିଦେ୍ର୍ଧଶକ ବୈ÷ଠକରେ ସୂଚନା ପ୍ରଦାନ କରିଥିଲେ । ତେଣୁ ଏହି ସବୁ ବିଦ୍ୟାଳୟ-ତଥା ବାତ୍ୟା ଆଶ୍ରୟସ୍ଥଳୀଗୁୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକ ଅର୍ଥ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ କିମ୍ବା ପୂର୍ତ ବିଭାଗ, କେଉଁ ବିଭାଗ ଦ୍ୱାରା ବହନ କରାଯିବ, ସେ ସଂପର୍କରେ ରାଜ୍ୟ ସ୍ତରୀୟ ବୈ÷ଠକରେ ଉତ୍ଥାପନ କରିବାକୁ କଟକ ଲୋକ ସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ସର୍ବ ନିମ୍ନ ସୁବିଧା ଯଥା ବିଦ୍ୟୁତ୍ ଆଲୋକ, ପାନୀୟ ଜଳ ଯୋଗାଣ , ଶୋ÷÷ଚାଳୟ ଆଦିର ବ୍ୟବସ୍ଥାକୁ ନିଶ୍ଚିତ କରାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀ, ବିଡିଓ, ଡିପିସି ଏବଂ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।