ପିପିଲି ପୀଡିତାକୁ ନ୍ୟାୟ ଦାବିରେ ପ୍ରତିବାଦ ସଭା

Dec 31, 2018 - 07:19
 182
ପିପିଲି ପୀଡିତାକୁ ନ୍ୟାୟ ଦାବିରେ ପ୍ରତିବାଦ ସଭା
ଅନୁଗୋଳ,୩୧/୧୨(ସକାଳଖବର): ଆଜି ମଧ୍ୟାହ୍ନରେ ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ବଡକେରା ୟୁନିଟ୍ ପକ୍ଷରୁ ସମାଜରେ ନାରୀର ନିରାପତ୍ତା ଓ ମର୍ଯ୍ୟାଦାକୁ ସନିଶ୍ଚିତ କରିବା, ନାରୀ ଏବଂ ଶିଶୁ ନିର୍ଯ୍ୟାତନା ବନ୍ଦ କରିବା, ଜଷ୍ଟିସ୍ ବର୍ମା କମିଶନ ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବା, ଗାଁରେ ଗାଁରେ ଚୋରାମଦ ଓ ମାଦକଦ୍ରବ୍ୟ କାରାବାର ବନ୍ଦ କରିବା, ଅଶ୍ଳୀଳତା, ଅପସଂସ୍କୃତିର ପ୍ରସାର ପ୍ର·ର ବନ୍ଦ କରିବା ଏବଂ ପିପିଲି ପୀଡିତା ବେବିନାକୁ ଉପଯୁକ୍ତ ନ୍ୟାୟ, ଅପରାଧିଙ୍କୁ କଠୋର ଦଣ୍ଡ ଦେବାସହ ବେବିନା ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ରାଜ୍ୟ ସରକାରଙ୍କର କୃଷିମନ୍ତ୍ରୀ ପ୍ରଦୀପ ମହାରଥିଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରିବା ଦାବିରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ରାଜୀବ ସେବାକେନ୍ଦ୍ର ଠାରୁ ବାହାରି ବଜାର ପରିକ୍ରମା ପରେ ପ୍ରତିବାଦ ସଭାରେ ଯଶୋବନ୍ତି ସାହୁଙ୍କ ସଭାପତିତ୍ୱରେ ଜିଲ୍ଲା ସଭାନେତ୍ରୀ ମନେ୍ଦାଦରୀ ରାଉଳ ବକ୍ତବ୍ୟ ରଖି ଓଡିଶାକୁ ମଦମୁକ୍ତ କରି ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା, ଗାଁ ଗାଁରେ ପିଇବା ପାଣି ଯୋଗାଇଦେବା ଦାବିରେ ନାରୀମାନଙ୍କୁ ସଂଗଠିତ କରି ଶକ୍ତିଶାଳୀ ଆନେ୍ଦାଳନ ଗଢ଼ି ତୋଳିବା ପାଇଁ ଉପସ୍ଥିତ ମହିଳା, ସଚେତନ ନାଗରିକ, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀମାନେ ଆଗେଇ ଆସିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମମତା ବେହେରା, ଉତ୍ତମ ସାହୁ, ମାମି ମନହିରା, ଉତ୍ତମ ଦେହୁରୀ, ବନିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।