ସାମସଙ୍ଗ ବଜାରକୁ ଛାଡ଼ିଲା ଗିୟର ଆଇକନ୍ଏକ୍ସ

Jul 26, 2018 - 20:15
 125
ଗୁରୁଗ୍ରାମ, ୨୬/୭: ଭାରତର ସର୍ବବୃହତ ତଥା ବିଶ୍ୱସନୀୟ ଇଲେକଟ୍ରୋନିକସ ଓ ମୋବାଇଲ ଫୋନ ବ୍ରାଣ୍ଡ ସାମସଙ୍ଗ ନୂଆ ଗିୟର ଆଇକନ୍ଏକ୍ସ ବଜାର ପ୍ରବେଶ କରାଇଛି । ଏହା ତାରବିହୀନ ଇୟରବଡ଼ । ଏହା ସମସ୍ୟାମୁକ୍ତ ସେବା ଯୋଗାଣ ଢ଼ାଞ୍ଚାରେ ପ୍ରସ୍ତୁତ କରାଯାଇଛି । ତ୍ରୁଟିଶୂନ୍ୟ ଭାବେ ଏହା ବ୍ୟବହାର କରାଯାଇପାରିବ । ଯାତ୍ରା ସମୟରେ ସଙ୍ଗୀତ ଶୁଣିବା ପାଇଁ ଏହା ବେଶ ଫଳପ୍ରଦ ଅଟେ । ଏହା କାନକୁ ଖାପ ଖାଇବା ଭଳି ଢ଼ାଞ୍ଚାରେ ପ୍ରସ୍ତୁତ କରାଯାଇଛି । କଷ୍ଟକର କାର୍ଯ୍ୟ ସମୟରେ ମଧ୍ୟ ଏହାକୁ ସୁବିଧାରେ ବ୍ୟବହାର କରାଯାଇପାରିବ । ଏହାର ବ୍ୟବହାର ମଧ୍ୟ ଆରାମଦାୟକ ଅଟେ ।