ମହିନ୍ଦ୍ରାର ନୂଆ ଗାଡ଼ି ‘ଫୁରିଓ’ର ବଜାର ପ୍ରବେଶ

Jul 26, 2018 - 20:17
 161
ଚେନ୍ନାଇ, ୨୬/୭: ମହିନ୍ଦ୍ରା ଗ୍ରୁପର ଟ୍ରକ୍ ଓ ବସ ଡ଼ିଭିଜନ ପକ୍ଷରୁ ମଧ୍ୟମ ଧରଣର ନୂଆ ବ୍ୟବସାୟିକ ଯାନ ‘ଫୁରିଓ’ ବଜାରକୁ ଛଡ଼ାଯାଇଛି । ଏହାଫଳରେ କଂପାନୀ ମଧ୍ୟମ ଧରଣର ଯାନ ପ୍ରସ୍ତୁତି କ୍ଷେତ୍ରରେ ପ୍ରବେଶ କରିବା ସହ ଏକ ପୂର୍ଣ୍ଣାଙ୍ଗ ଯାନ ପ୍ରସ୍ତୁତକାରୀ କଂପାନୀର ମାନ୍ୟତା ଲାଭ କରିପାରିଛି । ଏହି ଯାନ ପ୍ରସ୍ତୁତି ପାଇଁ କଂପାନୀର ୫୦୦ ଇଞ୍ଜିନିୟର ନିରନ୍ତର ଉଦ୍ୟମ କରିବା ସହ ପ୍ରାୟ ୧୮୦ ଯୋଗାଣକାରୀ କାର୍ଯ୍ୟ କରିଥିଲେ । ଏଥିପାଇଁ ୬୦୦ କୋଟି ଟଙ୍କା ବ୍ୟୟ ହୋଇଛି । ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଲିମିଟେଡ଼ର ପରିଚାଳନା ନିଦେ୍ର୍ଧଶକ ଡ଼କ୍ଟର ପବନ ଗୋଏଙ୍କା ଏହି ଅବସରରେ କହିଛନ୍ତି ଯେ, ଫୁରିଓର ବଜାର ପ୍ରବେଶ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହି ମଧ୍ୟମ କିସମ ଯାନ ଜରିଆରେ ଆମେ ଏକ ପୂର୍ଣ୍ଣାଙ୍ଗ ବ୍ୟବସାୟିକ ଯାନ ପ୍ରସ୍ତୁତକାରୀ କଂପାନୀରେ ପରିଣତ ହୋଇପାରିଛୁ ।