କୋଇଲା ଖଣି ନିଲାମୀ ଆରମ୍ଭ

Aug 5, 2019 - 18:08
 172
ନୂଆଦିଲ୍ଲୀ,୫/୮(ସକାଳଖବର): କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୭ଟି କୋଇଲା ଖଣି ନିଲାମ ଏବଂ ୧୫ଟି କୋଇଲା ଖଣି କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ କୋଇଲା ଖଣିକୁ ଆବଂଟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । କୋଇଲା ଖଣି ନିଲାମର ଲକ୍ଷ୍ୟ ଅନୁଯାୟୀ ସରକାର ୨୧ଟି କୋଇଲା ଖଣିକୁ ଅନିୟନ୍ତ୍ରିତ କ୍ଷେତ୍ର ଏବଂ ୬ଟି କୋଇଲା ଖଣିକୁ ଲୌହ ଏବଂ ଇସ୍ପାତ କ୍ଷେତ୍ରର ଉପଯୋଗ ପାଇଁ ନିଲାମ କରିବା ଆରମ୍ଭ କରିଛି । ୫ଟି କୋଇଲା ଖଣି ବିଦୁ୍ୟତ କ୍ଷେତ୍ର, ୯ଟି ଖଣି କୋଇଲା ବିକ୍ରି ଏବଂ ଗୋଟିଏ କୋଇଲା ଖଣି ଲୌହ ଏବଂ ଇସ୍ପାତ କ୍ଷେତ୍ର ପାଇଁ ଆବଂଟନ କରାଯାଇଛି । ସମ୍ପୂଣ୍ଣର୍ କାର୍ଯ୍ୟକ୍ଷମ ହେବା ସ୍ଥିତିରେ ଏହି ୪୨ଟି କୋଇଲା ଖଣିରୁ ବାର୍ଷିକ ୭୦ ମେଟ୍ରିକ ଟନ କୋଇଲା ଉତୋଳନ କରାଯିବ । ଟେଣ୍ଡର ଆହ୍ୱାନ ନୋଟିସ ଏବଂ ଆବେଦନ ଆହ୍ୱାନ ନୋଟିସ ଅଗଷ୍ଟ ୩-୪ରେ ପ୍ରକାଶିତ ଖବର କାଗଜରେ ପ୍ରକାଶ ପାଇଛି । ମେଟାଲ ସ୍କାର୍ପ ଟ୍ରେଡିଂ କର୍ପୋରେସନ (ଏମଏସଟିସି) ପ୍ଲାଟଫର୍ମରେ ବୈଦୁ୍ୟତିକ ନିଲାମୀ ଆୟୋଜନ କରାଯିବ । ନିଲାମରେ ଅଂଶଗ୍ରହଣକାରୀଙ୍କ ପଞ୍ଜୀକରଣ ଓ ଟେଣ୍ଡର ଡକୁ୍ୟମେଂଟ ବିକ୍ରିର ଶେଷ ତାରିଖ ୧୩ ସେପ୍ଟେମ୍ବରକୁ ଧାର୍ଯ୍ୟ କରାଯାଇଥିବା ବେଳେ ବିଡ ଦାଖଲ କରିବାର ଶେଷ ତାରିଖ ୧୯ ସେପ୍ଟେମ୍ବର, ୨୦୧୯ ରଖାଯାଇଛି । ୧୦ ଅକ୍ଟୋବର ୨୦୧୯ରୁ ୮ ନଭେମ୍ବର ୨୦୧୯ ମଧ୍ୟରେ ଏମଏସଟିସି ପ୍ଲାଟଫର୍ମ ଜରିଆରେ ବୈଦୁ୍ୟତିକ ନିଲାମୀ ଅନୁଷ୍ଠିତ ହେବ ।