ସାଜିଦଙ୍କ ବିରୋଧରେ ଥାନାକୁ ଗଲେ ଶେର୍ଲିନ୍‌

Oct 20, 2022 - 08:08
 48
ସାଜିଦଙ୍କ ବିରୋଧରେ ଥାନାକୁ ଗଲେ ଶେର୍ଲିନ୍‌
ମୁମ୍ବାଇ: ଥମୁନି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌କୁ ନେଇ ବିବାଦ। ଫିଲ୍ମ ମେକର ସାଜିଦ ଖାନ୍ ଯେବେଠୁ ବିଗ୍‌ବସ୍‌ରେ ଏଣ୍ଟ୍ରି କରିଛନ୍ତି ସେବେଠୁ ତାଙ୍କ ମୁସ୍‌କିଲ୍ ବଢ଼ିବାରେ ଲାଗିଛି। ବିଗ୍‌ବସ୍‌ରେ ମିଠୁ ଅଭିଯୁକ୍ତ ସାଜିଦ ଖାନ୍‌ଙ୍କୁ ଦେଖି ଅନେକ ଅଭିନେତ୍ରୀ ଆପତ୍ତି ଉଠାଇଛନ୍ତି। ସେଥିମଧ୍ୟରୁ ଜଣେ ହେଉଛନ୍ତି ଶେର୍ଲିନ୍ ଚୋପ୍ରା। ସାଜିଦଙ୍କ ବିରୋଧରେ ଶେର୍ଲିନ୍ ଅନେକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏବେ ତାଙ୍କ ବିରୋଧରେ ଶେର୍ଲିନ୍ ଥାନାକୁ ଯାଇଛନ୍ତି ଓ ପୁଲିସରେ ସାଜିଦଙ୍କ ବିରୋଧରେ ସେ ଅଭିଯୋଗ କରିଛନ୍ତି। ଅଭିନେତ୍ରୀ ଶେର୍ଲିନ୍ ଚୋପ୍ରାଙ୍‌କୁ ବୁଧବାର ମୁମ୍ବାଇ ପୁଲିସ ଷ୍ଟେସନ ବାହାରେ ଦେଖିବାକୁ ମିଳିଥିଲା। ଏହି ସମୟରେ ସେ ସାଜିଦ ଖାନ୍‌ଙ୍କ ବିରୋଧରେ ଅଭିଯୋଗ କରିବା ସହ ଅଭିଯୋଗର ଏକ କପି ଗଣମାଧ୍ୟମକୁ ଦେଖାଇଥିଲେ। ଅନେକ ଦିନ ହେଲା ବିଗ୍ ବସ୍‌ରୁ ସାଜିଦ ଖାନ୍‌ଙ୍କୁ ବାହାର କରିବା ପାଇଁ ଅପିଲ କରାଯାଉଛି। କିନ୍ତୁ ବିଗ୍ ବସ୍ ନିର୍ମାତା ଆମ କଥା ଶୁଣୁନାହାନ୍ତି। ଆମ ଅପିଲ୍‌କୁ ସେ ପ୍ରତ୍ୟାଖାନ୍ କରି ଚାଲିଛନ୍ତି। ଯେଉଁ ପର୍ଯ୍ୟନ୍ତ ଆମ ସମସ୍ତ ପୀଡିତ ମହିଳାଙ୍କ ଅଭିଯୁକ୍ତ ଏହି ଶୋ’ରେ ଅଛି ସେ ପର୍ଯ୍ୟନ୍ତ ବିଗ୍ ବସ୍ ପ୍ରସାରଣକୁ ରଦ୍ଦ କରିବାକୁ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖି ଜଣାଇଥିବା ଶେର୍ଲିନ୍ କହିଛନ୍ତି।