ରାକେଶ ଓ ଶମିତାଙ୍କ ବ୍ରେକ୍‌ଅପ୍‌

Jul 27, 2022 - 07:38
 64
ରାକେଶ ଓ ଶମିତାଙ୍କ ବ୍ରେକ୍‌ଅପ୍‌
ମୁମ୍ବାଇ: ଭାଙ୍ଗିଲା ଆଉ ଏକ ଯୋଡି। ଅଲଗା ହେଲେ ଆଉ ଏକ ଷ୍ଟାର୍‌ କପଲ। ବଲିଉଡ ଅଭିନେତ୍ରୀ ତଥା ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ଶମିତା ଶେଟ୍ଟୀ ଓ ଟେଲିଭିଜନ ଅଭିନେତା ରାକେଶ ବାପତାଙ୍କ ହେଲା ବ୍ରେକ୍‌ ଅପ୍‌। ପରସ୍ପର ଠାରୁ ଅଲଗା ହୋଇଥିବା ନେଇ ଉଭୟ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ଅଫିସିଆଲି ଘୋଷଣା କରିଛନ୍ତି। କରଣ ଜୋହରଙ୍କ ବିଗ୍‌ବସ୍‌ ଓଟିଟିରୁ ଶମିତା ଶେଟ୍ଟୀ ଓ ରାକେଶ ବାପତାଙ୍କ ରୋମାଣ୍ଟିକ ଲଭ୍‌ ଷ୍ଟୋରୀ ଆରମ୍ଭ ହୋଇଥିଲା। ଏହି ରିଆଲିଟି ଶୋ’ରେ ପ୍ରଥମେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆରମ୍ଭ ହୋଇଥିଲା। ଏହାପରେ ଧୀରେ ଧୀରେ ଏହି ବନ୍ଧୁତା ପ୍ରମେରେ ବଦଳି ଯାଇଥିଲା। ଉଭୟଙ୍କ ଲଭ୍‌ ଷ୍ଟୋରୀ ଦର୍ଶକଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥିଲା। ତେବେ ରିଆଲିଟି ଶୋ’ ସରିବା ପରେ ମଧ୍ୟ ଏମାନଙ୍କ ପ୍ରମେ ସମ୍ପର୍କକୁ ନେଇ ଚର୍ଚ୍ଚା କମି ନଥିଲା। ଦୁହିଁଙ୍କୁ ପ୍ରାୟତଃ ଏକାଠି ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ସୋଶାଲ ମିଡିଆରେ ମଧ୍ୟ ଶମିତା ଆଉ ରାକେଶ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁଥିଲେ। ଏବେ କିନ୍ତୁ ଦୁହିଁଙ୍କ ବ୍ରେକ୍‌ ଅପ୍‌ ହୋଇଯାଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କୁ ଶକ୍ତ ଧକ୍କା ଲାଗିଛି।