ସହରାଞ୍ଚଳ ଭୂମିହୀନଙ୍କୁ ପଟ୍ଟା ବାଣ୍ଟିଲେ

Nov 15, 2018 - 16:12
 182
ସହରାଞ୍ଚଳ ଭୂମିହୀନଙ୍କୁ ପଟ୍ଟା ବାଣ୍ଟିଲେ
ପୁରୀ, ୧୫/୧୧ (ସକାଳଖବର): ଗରୀବ, ଭୂମିହୀନ, ବସ୍ତି ବାସିନ୍ଦା ମାନଙ୍କୁ ଜାଗା ମିଶନ ଜରିଆରେ ଗୁରୁବାର ତାଳବଣିଆଠାରେ ରଜ୍ୟର ୮ଟି ସହରାଂଚଳରେ ୧୦ହଜାର ଭୂମିହୀନକୁ ପଟ୍ଟାବଂଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଜଗା କ୍ଷେତ୍ରରେ ଏହି ଜାଗା ମିଶନକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ସହରାଂଚଳରେ ରହୁଥିବା ଭୂମିହୀନ ବସ୍ତି ବାସିନ୍ଦାଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି । ଆପଣ ମାନଙ୍କ ଖୁସିରେ ମୁଁ ଖୁସି କହି ରହିଥିଲେ । ଏହି ବସ୍ତି ଯୋଜନା ମୁଁ ଏହି ନୋଳିଆ ବସ୍ତି ଦେଖି ମୋ ମନକୁ ଆସିଥିଲା । ସହରକୁ ସୁନ୍ଦର କରୁଥିବା ଭୂମିହୀନ ଶ୍ରମିକ ମାନଙ୍କୁ ଏହି ଯୋଜନାରେ ସାମିଲ କରାଗଲା । ମହାପ୍ରଭୁଙ୍କ ଜାଗାରୁ ଜାଗା ମିଶନ ଆରମ୍ଭ ହୋଇଛି । ପୁରୀ ସହରାଂଚଳରେ ୬ ହଜାର ୫୦୦ ଜଣଙ୍କୁ ଏହି ପଟ୍ଟା ଦିଆଯିବ । ରାଜ୍ୟର ୨ ହଜାର ବସ୍ତିରେ ୨ ଲକ୍ଷ ଭୂମିହୀନ ପଟ୍ଟା ପାଇବେ । ଗରୀବ ଲୋକମାନଙ୍କ ମୁହଁରେ ହସ ଫୁଟାଇବା ମୋର ଲକ୍ଷ୍ୟ । ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ ହରିବୋଲ ହୁଳହୁଳିରେ ମଂଚ କମ୍ପିଥିଲା । ପ୍ରାରମ୍ଭରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ଜି. ମାଥିଭାଥନନ୍ ସୂଚନା ଦେଇ କହିଲେ ରାଜ୍ୟର ୮ଟି ଜିଲ୍ଲାର ୨୩ଟି ପୌରାଂଚଳରେ ଜଗାମିଶନ ଜରିଆରେ ୨ ହଜାର ବସ୍ତି ବାସିନ୍ଦା, ୧୦୯ ପୌରାଂଚଳ ଓ ଏନ.ଏ.ସିରେ ୨୦ ଲକ୍ଷ ପରିବାର ଉପକୃତ ହେବେ । ପୁରୀସାଂସଦ ପିନାକୀ ମିଶ୍ର କହିଲେ ୪ କୋଟି ହୃଦୟର ସମ୍ରାଟ ନବୀବନ ବାବୁ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ୧୯୯୦ ମସିହାୋର ବସ୍ତି ବାସିନ୍ଦାଙ୍କ ପାଇଁ ସ୍ୱପ୍ନ ଦେଖିଥିଲେ । ଆଜି ଏହି ଐତିହାସିକ ସଫଳତା ନବୀନବାବୁଙ୍କୁ ୫ ଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇବ । ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି କହିଲେ ମୁଁ କେଉଁ ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ବଧାଇ ଜଣାଇବି ଜାଣିପାରୁ ନାହିଁ । ସମାଜ ଓ ସଭ୍ୟତାର ମାପକାଠି ତାର ଭିତିଭୂମି । ଭିତିଭୂମିକୁ ନିର୍ମାଣ କରିଥାନ୍ତି ବସ୍ତି ବାସିନ୍ଦା । ଲୁହ ଲହୁ ଢ଼ାଳି ରସ୍ତା, ପୋଲ, ଫ୍ଲାଟ ଓ ନିର୍ମାଣ କାମ କରିଥାନ୍ତି । କିନ୍ତୁ ସେମାନଙ୍କ କଥା କେହି ବୁଝୁ ନଥିଲେ । ସ୍ୱାଧିନତାର ୭୦ ବର୍ଷ ପରେ ୮ ଲକ୍ଷ ନିର୍ମାଣ ଶ୍ରମିକ ପରିବାର ଉପକୃତ ହୋଇଛନ୍ତି । ଗରିବ ଲୋକମାନେ ଭଲରେ ବଂଚିବା ପାଇଁ ରାଜ୍ୟ ସରକାର ଚାହୁଁଥିଲେ । ପୁରୀ ସହରର ୨୦ ହଜାର ପରବାର ଏହି ପଟ୍ଟା ପାଇବା ସହ ୨୦୧୯ରେ ସରକାରଙ୍କ ଋଣ ଶୁଝିବେ । ଗୃହ ନିର୍ମାଣ ମନ୍ତ୍ରୀ ନିରଂଜନ ପୂଜାରୀ କହିଲେ ଜାଗା ମିଶନ ଫଳରେ ବସ୍ତି ବାସିନ୍ଦା ଉପକୃତ ହେବେ । ବସ୍ତି ପାଇଁ ବସତି ଯୋଜନାରେ ଓଡ଼ିଶା ସଫଳ । ପଟ୍ଟା ପରେ ଗୃହ ନିର୍ମାଣ ଋଣ, ପିଇବା ପାଣି, ପାଇଖାନା, କମୁ୍ୟନିଟ ହଲ, ରାସ୍ତା ନିର୍ମାଣ କରାଯିବ । ଏହା ପରେ ବୃତ ଚିତ୍ର ଓ ଜାଗା ସଂଗୀତ ଗାନ କରାଯାଇଥିଲା । ପରେ ଭିଡ଼ିଓ କନଫରେନସିଂ ଜରିଆରେ ଭଦ୍ରକ, ଢେ଼ଙ୍କାନାଳ, ଗଂଜାମ, ବରଗଡ଼ ଓ ବାଲେଶ୍ୱରରେ ମଧ୍ୟ ପଟ୍ଟା ବଂଟନ କରାଯାଇଥିଲା । ପଟ୍ଟା ଗ୍ରହଣକାରୀ କେତେଜଣ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ।