ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ପଦବୀ ସୃଷ୍ଟି

Feb 14, 2023 - 07:50
 38
ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ପଦବୀ ସୃଷ୍ଟି
ଭୁବନେଶ୍ୱର : ସରକାରୀ ଉଚ୍ଚ ବିଦ୍ୟାଳୟରେ ୬୦୨୫ ପଦବୀ ସୃଷ୍ଟି କରାଯିବ । ଟ୍ରାନ୍ସଜେଣ୍ଡରମାନଙ୍କୁ ପରିବାର ପେନସନ ମିଳିବ । ଆଦର୍ଶ ବିଦ୍ୟାଳୟରେ ଛାତ୍ରାବାସ ନିର୍ମାଣ କରାଯିବ । ଡ୍ରେନେଜ ପୁନରୁଦ୍ଧାର ପାଇଁ ୫ ବର୍ଷରେ ୧୪ ଶହ କୋଟି ଖର୍ଚ୍ଚ ହେବ । କ୍ୟାବିନେଟରେ ଏହିଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଛୁଟି, ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷକ ଅନୁପସ୍ଥିତିକୁ ଭରଣା କରିବା ପାଇଁ ରାଜ୍ୟ ସରକାର ୬୦୨୫ଟି ପଦବୀ ସୃଷ୍ଟି କରିବେ । ଫଳରେ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣରେ ତାହା ସହାୟକ ହୋଇପାରିବ । କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୨୩୭ଟି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ନିର୍ମାଣ କରାଯିବ । ଏଥିପାଇଁ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ପ୍ରତ୍ୟେକ ଛାତ୍ରବାସ ପାଇଁ ୪.୨୨ କୋଟି ଟଙ୍କାର ଅଟକଳ କରାଯାଇଛି । ତିନି ମହଲା ବିଶିଷ୍ଟ ଏହି ଛାତ୍ରାବାସରେ ଛାତ୍ରମାନଙ୍କ ଅଧ୍ୟୟନ ପାଇଁ ଭିତିଭୂମି ବ୍ୟବସ୍ଥା ରହିବ ।