ଆଜି ରାଜ୍ୟରେ ୫୩୯ ପଜିଟିଭ ଚିହ୍ନଟ

Sep 24, 2021 - 05:06
 74
ଆଜି ରାଜ୍ୟରେ ୫୩୯ ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୫୩୯ କରୋନା ପଜିଟିଭ ଚିହ୍ନଟ ହୋଇଛନନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୧୬ ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୨୨୩ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୦-୧୮ବର୍ଷ ବୟସ ବର୍ଗର ୭୭ ଜଣ ରହିଛିନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଜଣ, କଟକରୁ ୪୮, ଜଗତସିଂହପୁରରୁ ୩୧, ଅନୁଗୁଳରୁ ୬, ବାଲେଶ୍ୱରରୁ ୨୩, ବରଗଡରୁ ୨, ଭଦ୍ରକରୁ ୧୨, ଦେବଜଡରୁ ୪, ଢେଙ୍କାନାଳରୁ ୪, ଗଞ୍ଜାମରୁ ୧, ଯାଜପୁରରୁ ୧୭, ଝାରସୁଗୁଡାରୁ ୪, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୨, କୋରାପୁଟରୁ ୩, ମାଲକାନାଗିରିରୁ ୨, ମୟୂରଭଞ୍ଜରୁ ୧୩, ନୟାଗଡରୁ ୫, ପୁରୀରୁ ୧୨, ରାୟଗଡାରୁ ୨, ସମ୍ବଲପୁରରୁ ୧୨, ସୋନପୁରରୁ ୫, ସୁନ୍ଦରଗଡରୁ ୫ ଓ ରାଜ୍ୟପୁଲରୁ ୬୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୩ ହଜାର ୧୩୩କୁ ବୃଦ୍ଧି ପାଇଛି । ଏହା ସହିତ ଆଜି ରାଜ୍ୟରେ ୪୧୭ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।