ସରକାର ଆସିଲେ ବ୍ଲାକ ରୋଜ, ଚିଂଟପଣ୍ଡ , ପିସି କାରବାରରେ ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : ଧର୍ମେନ୍ଦ୍ର
ଧର୍ମଶାଳା,୨୩/୪(ସକାଳଖବର): ଅପାରଗ, ଅଯୋଗ୍ୟ, ସ୍ଥାଣୁ ବୋଲି ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ର ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ ସରକାର ଦୃର୍ନୀତିର ଗନ୍ତାଘର । ବିଜେପି ସରକାର ଆସିଲେ ୩ ମାସ ମଧ୍ୟରେ ବ୍ଲାକ ରୋଜ,ଚିଂଟପଣ୍ଡ,ପିସି କରାବାରରେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥି ସହିତ ମଦକୁ ବନ୍ଦ କରିଦିଆଯିବ ବୋଲି ଆଜି ଅପରାହ୍ନରେ ଯାଜପୁର ବ୍ଲକ ବରୁଆଁ କାଳୀପଡିଆରେ ଏକ ନିର୍ବାଚନୀ ମହାସଭାରେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧରଣଙ୍କୁ ଉଦବୋଧନ ଦେଇଛନ୍ତି । ରାଜ୍ୟରେ ହଙ୍କାରୀ ପାହାଡ, ବାଲିଘାଟ, ଚଣ୍ଡିଖୋଲଠାରେ ତୈଳ ବିଶୋଧନାଗାରକୁ ବିରୋଧ କରିବା ସହିତ ସ୍ଥାନୀୟ ବିଧାୟକ ବ୍ଲାକରୋଜ ଘଟଣାରେ ସମ୍ପୃକ୍ତ । ବିଜେଡି ସରକାର ଗୁଣ୍ଡାରାଜ ଚଳାଇଛି । ଗତ କାଲି ଏହି ଘଟଣା ସାରା ରାଜ୍ୟ ଜାଣିଛି । ଆୟୁଷମାନ ଯୋଜନାକୁ କାର୍ଯ୍ୟକାରୀ ନ କରିବା ରାଜ୍ୟକୁ ବହୁ କ୍ଷତି ପଂହଚାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଲୋକାଭିକୁଖୀ ଯୋଜନା ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଶେଷରେ ସେ ଯାଜପୁର ଜିଲା ବିଜେପିର ସାଂସଦ ପ୍ରାର୍ଥୀ ଅମୀୟ ମଲ୍ଲିକ ଓ ଯାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଭୋଟରମାନଙ୍କୁ ନିବେଦନ କରିଥିଲେ । ଏହି ମହାସଭାରେ ବହୁ ନେତା ଓ ନେତ୍ରୀ ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀ ପ୍ରଧାନ ସେମାନଙ୍କୁ ଦଳୀୟ ଉତରୀୟ ଦେଇ ସ୍ୱାଗତ କରିଥିଲେ । ଶ୍ରୀ ପ୍ରଧାନ ହେଲିକ୍ୟାପଟର ଯୋଗେ ଆସି କବୀରପୁର ହାଇସ୍କୁଲ ପଡିଆରେ ଅବର୍ତିଣ୍ଣ କରିବା ପରେ ଦଳୀୟ କର୍ମୀମାନେ ତାଙ୍କୁ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ସଭା ନିକଟକୁ ପାଛୋଟି ଆଣିଥିଲେ । ଏହି ସମାହାସଭାରେ ୧୦ ହଜାରରୁ ଉର୍ଦ୍ଧ ସମାଗମ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ବିଜେପିର ବହୁ ବରିଷ୍ଠ ଓ ଯୁବ ନେତା ସହଯୋଗ କରିଥିଲେ ।