ବ୍ରହ୍ମଗିରି ଓ ସତ୍ୟବାଦୀରେ ଇଭିଏମ୍ ଭାଙ୍ଗିଲେ ଉତ୍ୟକ୍ତ ଲୋକେ

Apr 24, 2019 - 04:50
 164
ପୁରୀ, ୨୩/୪(ସକାଳଖବର): ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କମା ଶାସନ ୨୨୨ ନଂ ବୁଥ୍ ରେ ଗୋଟିଏ ଦଳକୁ ଭୋଟ୍ ଦେଲେ ତାହା ଅନ୍ୟ ଦଳକୁ ଯାଉଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ କେତେକ ଭୋଟର ପ୍ରିଜାଇଡିଂ ଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ ସେ ଘଟଣାକୁ ଗୁରୁତ୍ୱ ଦେଇନଥିଲେ । ଯାହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଉତ୍ୟକ୍ତ ଲୋକେ ଇଭିଏମ୍ ମେସିନ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଘଟଣା ପରେ ପୋଲିସ ପକ୍ଷରୁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନୁରୂପ ଭାବେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଳଭଦ୍ରପୁର ୭୫ ନଂ ବୁଥ୍ ରେ ୨ଟି ଇଭିଏମ୍ ମେସିନ ଭଙ୍ଗା ଯାଇଛି । ଇଭିଏମ୍ ରେ ତୃଟି ଥିବା ଦର୍ଶାଇ ଉତ୍ୟକ୍ତ ଲୋକେ ଏହାକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଉତେଜନାକୁ ଦୃଷ୍ଟିରେ ରଖି ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।